
ଚୌଦ୍ୱାର (ଶିବବ୍ରତ ଦାସ) ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉନସିଲ (ରାଜ୍ୟ ମାନବଧିକାର ପରିଷଦ) ର ରାଜ୍ୟ ସଭାପତି ସସ୍ମିତା ଦାସ ଜଗତପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଦୁଇ ଜଣ ନାବାଳିକାଙ୍କୁ ଜଗତପୁର ଅଂଚଳର ଦୁଇ ପରିବାର ନିଜ ପୁଅ ମାନଙ୍କୁ ବିବାହ କରାଇ ଗର୍ଭବତୀ ହୋଇ ଥିବାର ଖବର ହସ୍ତଗତ ହୋଇଥିଲା.ଏ ନେଇ ସସ୍ମିତା ଦାସ ଏସିପି ଅରୁଣ ସ୍ୱାଇଁଙ୍କୁ ସୂଚନା ଦେବାପରେ ଜଗତପୁର ଆଇଆଇସି ପ୍ରଶାନ୍ତ ସାସମଲ ଙ୍କ ତ୍ୱରିତ କାଯ୍ୟନୁଷ୍ଠାନ ଯୋଗୁ ଦୁଇ ଗର୍ଭବତୀ ନାବାଳିକା ଉଦ୍ଧାର କରାଯାଇଥିଲା. ଉଦ୍ଧାର ପରେ ଦୁଇ ନାବାଳିକାଙ୍କୁ ଜଗତପୁର ପୋଲିସ କଟକ ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି. ଏହି ଉଦ୍ଧାର କାର୍ଯ୍ୟରେ ଗୋପୀନାଥପୁର ସୁନାରୀବନର ଅଙ୍ଗନବାଡି କର୍ମୀ ସ୍ମିତାଶ୍ରୀ ସାହୁ ସହଯୋଗ କରିଥିଲେ.