
ଭଞ୍ଜନଗର ୨୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲି ଠାରେ ଏଲ ଏଣ୍ଡ ଟି ବେସରକାରୀ ଘରୋଇ ସଂସ୍ଥା ପକ୍ଷରୁ ଆୟୋଜିତ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଭଂଜନଗର ଅଗ୍ନିଶମ ବିଭାଗ ର ଏକ ଟିମ୍ ଯୋଗଦେଇ ଅଗ୍ନି ନିରାପତ୍ତା , ଏଲପିଜି ନିଆଁ, ବିଦୂତ ନିଆଁ ଓ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ରେ ଆହତଙ୍କୁ ଉଦ୍ଧାର କରି କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ଅତ୍ୟାଧୁନିକ ଜ୍ଞାନ କୌଶଳ ଇତ୍ୟାଦି ପ୍ରଶିକ୍ଷଣ ଦେଇଥିଲା l ଏଥିରେ ପ୍ରାୟ୧୩୦ ରୁ ଉର୍ଦ୍ଧ ସେକ୍ୟୁରିଟ ଓ ଶ୍ରମିକ ମାନଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ଏଲ ଏଣ୍ଡ ଟି ର ଇଣ୍ଡଷ୍ଟ୍ରିଆଲ ରେଲେସନ ଅଫିସର ରଂଜିତ କୁମାର ପଣ୍ଡା ଏବଂ ବିଭାଗୀୟ ଷ୍ଟାଫ ଉପସ୍ଥିତ ଥିଲେ ସେହିପରି ଭଂଜନଗର ଅଗ୍ନିଶମ ସେବା କେନ୍ଦ୍ରର ସହକାରୀ କେନ୍ଦ୍ରାଧିକରୀ ଚକ୍ରଧର କହଁର, ହାବିଲଦାର ସନାତନ ମହାପାତ୍ର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।