ତୁରୁମୁରେ ଭଞ୍ଜନଗର ବିଧାୟକଙ୍କ ମାରାଥନ୍ ଉଦଘାଟନ

ଭଞ୍ଜନଗର ୨୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତରେ ବୁଧବାର ନବନିର୍ମିତ ବିଭିନ୍ନ ପ୍ରକଲ୍ପ ଲୋକାର୍ପିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୁରୁମୁ ପଞ୍ଚାୟତର ୧୦ଟି ପ୍ରକଲ୍ପର ଉଦଘାଟନ କରିଛନ୍ତି।ବିଧାୟକ ଶ୍ରୀ ନାୟକ ପ୍ରଥମେ ଜଡାଘାଟୁଣି କଙ୍କଣଦେବୀ ମନ୍ଦିରର ଭୋଗ ମଣ୍ଡପର ଉଦଘାଟନ କରିବା ସହ ଗାଲେରୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ବନରକ୍ଷୀ ଙ୍କ ବାସଗୃହ ଓ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ପରେ ଢୋଲପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ,ଢୋଲପିଟା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃର କାର୍ଯ୍ୟାଳୟ,ପାଣ୍ଡିରି ଠାରେ କୋଠ ଘର,କୁମ୍ଭୀପଲ୍ଲୀରେ ଭିଏସଏସ ଘର,ବୁଢା ଗୋଚ୍ଛାରେ ଭିଏସଏସ ଘର,ସୋରିଷ ମୂଳିରେ ଅଙ୍ଗନବାଡି କୋଠା,ବେରୁଆଁବାଡି ଠାରେ ବନ ବିଭାଗର ରେଷ୍ଟ ହାଉସ୍,ଲୁଣପଲ୍ଲୀ ଭିଏସଏସ ଘର ଓ ଗୁଡିପଲ୍ଲୀ ଠାରେ ଏକ ଭିଏସଏସ ଘର କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ଭାରତୀ ଦେବି,ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଗାଲେରୀ ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ଆସିକା ସମବାୟ ମଣ୍ଡଳ ଉପ ସହକାରୀ ନିବନ୍ଧକ କମଳ କୁମାର ଆଚାର୍ଯ୍ୟ,ତୁରୁମୁ ସରପଞ୍ଚ ଉଷାରାଣୀ ପ୍ରଧାନ, ସମିତି ସଭ୍ୟା ରୀନା ଦଳବରା,ବ୍ଲକ ସହକାରୀ କାର୍ଯ୍ୟନିର୍ବାହି ଯନ୍ତ୍ରୀ ନିତ୍ୟାନନ୍ଦ ପ୍ରଧାନ,ଢୋଲପିଟା ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ସୁବାଷ ଚନ୍ଦ୍ର ଗୌଡ଼,ଉପସଭାପତି ଶ୍ୟାମା ପ୍ରଧାନ,ସମ୍ପାଦକ କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। ଭାଜପା ନେତା ଶିବଶଙ୍କର ପ୍ରଧାନ,ଶୁବାଷ ଚନ୍ଦ୍ର ବରାଡ,ହୃଷିକେଶ ପ୍ରଧାନ,ଧୋବା ଗୌଡ଼ଙ୍କ ସମେତ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।