ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ; ୯୬ ବର୍ଷରେ ପରଲୋକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ପିତା ଶ୍ୟାମ ସୁନ୍ଦର ନାୟକ

ଭଞ୍ଜନଗର ୦୧/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ଗମନ କରିଛନ୍ତି। ଏହି ଖବର ଭଞ୍ଜନଗରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଜଣାଶୁଣା ସ୍ବେଚ୍ଛାସେବୀ, ଏ କ୍ଲାସ୍‌ ଠିକାଦାର, ରାଜନେତା ଥିଲେ।

ବିଧାୟକଙ୍କ ଭୁବନେଶ୍ୱର ବାସଭବନରେ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ରାତିରେ ଶ୍ୟାମସୁନ୍ଦରଙ୍କ ମରଶରୀର ତାଙ୍କ ବାସଭବନ ତିଲିସିଙ୍ଗି ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଅନ୍ତିମ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଛି।