କଟକ ଜିଲ୍ଲା ସ୍କାଉଟ ଗାଇଡ କ୍ୟାମ୍ପରୀ ଉଦଯାପିତ

ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ସ୍ଥିତ ପିଏମ ଶ୍ରୀ ଓ. ଟି.ଏମ ହାଇସ୍କୁଲ ପରିସରରେ ତିନିଦିନିଆ କଟକ ଜିଲ୍ଲା କ୍ୟାମ୍ପରୀ ତା -୩୧. 0୧. ୨୬ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଙ୍କ ତତ୍ୱାବଧାନରେ ଏହି ଉତ୍ସବ ରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଵା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡା. କାଳିପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ରାଜ୍ୟ ସାଙ୍ଗଠନିକ ଆୟୁକ୍ତ ତଥା ଯୁଗ୍ମ ସମ୍ପାଦକ ଅନାମିକା ଦାସ ମୁଖ୍ୟବକ୍ତା, ଟେଟ୍ରା ହେଡ୍ରେନ ଗ୍ରୁପ ର ଅଧ୍ଯକ୍ଷ ତ୍ରିଦେବ ବେହେରା ସ୍ୱତନ୍ତ୍ର ଅତିଥି, ଚୌଦ୍ୱାର ପୌରପାଳିକା ର ଉପାଧ୍ଯକ୍ଷ ଶୁଭେନ୍ଦୁ ସାମଲ ବିଶିଷ୍ଟ ଅତିଥି, ଜିଲ୍ଲା କମିଶନର ଅଶୋକ ମହାପାତ୍ର, ନିରୁପମା ମଲ୍ଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ, ସ୍କୁଲ ଆଲୁମିନି ସୁବ୍ରତ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯିବା ସହ ସ୍କାଉଟ ମାଷ୍ଟାର ଜିତେନ୍ ରାଉତ ଙ୍କୁ ଏ.ଏଲ.ଟି ପଞ୍ଚମେଣ୍ଟ ପ୍ରଦାନ କରାଯିବା ସହ ସ୍କାଉଟ ଗାଇଡ ରେ ଉତ୍ସଗ୍ରୀକୃତ ସେବା ପାଇଁ ସ୍କାଉଟ ମାଷ୍ଟେର ପ୍ରମୋଦ କୁମାର ଦାସ, ଗାଇଡ କ୍ୟାପଟେନ ରଞ୍ଜିତା ଷାଠିଆ ଙ୍କୁ ସମ୍ମାନୀତ କରାଯାଇଥିଲା। ଗାଇଡ କମିଶନର ନିରୁପମା ମଲ୍କିକ ଅତିଥି ପରିଚୟ ଦେବା ବେଳେ ସ୍କାଉଟ ମାଷ୍ଟର ଅଶୋକ କୁମାର ଧଳ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।