
ଚୌଦ୍ଵାର (ଶିବବ୍ରତ ଦାସ): ଚୌଦ୍ଵାର ବିଜେପି ମଣ୍ଡଳ ଏବଂ ଇନ୍ଦ୍ରାଣୀପାଟଣା ମଣ୍ଡଳର ଏକ ମିଳିତ ସାଂଗଠାନିକ ବୈଠକ ଚୌଦ୍ଵାର ମଣ୍ଡଳ ସଭାପତି ମମତା ବେହେରାଙ୍କ ପୌରହିତ୍ୟରେ କଳାପ୍ରକାଶିନୀ କ୍ଳବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି ଯୋଗଦେଇଥିଲେ । ଉକ୍ତ ବୈଠକରେ ସମସ୍ତ ବୁଥ୍ କମିଟି ଗଠନ,ଏସ ଆଇ ଆର୍,ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି,ବିକଶିତ ଭରତ ଜୀ ରାମ ଜୀ ଗ୍ରାମୀଣ ନିଯୁକ୍ତି ନୂତନ ଗ୍ୟାରେଣ୍ଟି ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ଚିରଞ୍ଜିବି ଖଣ୍ଡାୟତରାୟ,ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ,ଇନ୍ଦ୍ରାଣୀପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ,ପାରିଷଦ ସୁଜାତା ସାହୁ, ପ୍ରଶାନ୍ତ କୁମାର ହୋତା,ବିଷ୍ଣୁ ଚରଣ ପରିଡ଼ା,ସନ୍ତୋଷ ସାହୁ,ଅଜିତ ସୁବୁଦ୍ଧିରାୟ,ସନ୍ତୋଷ ବେହେରା,ଅଶୋକ ନାୟକ,ପ୍ରଶାନ୍ତ ବିଶ୍ଵାଳ,ହରିହର ପାତ୍ର,ସୁମିତ୍ରା ମହାନ୍ତି ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।