ଚୌଦ୍ୱାର ରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର (ଶିବବ୍ରତ ଦାସ) : ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ଚୌଦ୍ୱାର ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ପକ୍ଷରୁ ମଧୁବାବୁଙ୍କ ୯୧ତମ ପୁଣ୍ୟ ତିଥି ଅବସରରେ ଚୌଦ୍ଵାର ମହିଳା ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅବସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ଜୀବନାଦର୍ଶ ସମ୍ପର୍କ ରେ ଆଲୋକପାତ କରାଯାଇଥିଲା । ସଂସଦ ର ସଭାପତି ବିଶ୍ୱକଲ୍ୟାଣ ଦାସ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚୌଦ୍ୱାର ପୌର ପାଳିକା ର ଅଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ପ୍ରଧାନ, ଶରତ କୁମାର ଖୁଣ୍ଟିଆ, ମାନସ ରଞ୍ଜନ ସାମଲ, ଅକ୍ଷୟ କୁମାର ଭୂୟାଁ, ଦେବେନ୍ଦ୍ର ନାୟକ, ଈଶ୍ୱର ଜେନା, ଦେବେନ୍ଦ୍ର ପୃଷ୍ଟି, ତପନ କୁମାର ସାହୁ, ସୁରଶ୍ରୀ ସୁଧାଂଶୁ ଶେଖର ସାହୁ, ପବିତ୍ର କୁମାର ଚୌଧୁରୀ, ଗଙ୍ଗାଧର ସାହୁ, ବିମଳ କୁମାର ବେଉରା, ଅନିରୁଦ୍ଧ ସାହୁ, ବାବାଜୀ ଚରଣ ସେଠୀ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କୋଷାଧକ୍ଷ ଅକ୍ଷୟ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଗଠନ ସମ୍ପାଦକ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ସହ ସମ୍ପାଦକ ଭାସ୍କର ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ସରିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ଦିବ୍ୟଜ୍ୟୋତି ପାଣି ଧନ୍ୟବାଦ ଦେଇଥିଲେ ।