ସ୍ଥାନୀୟ ପାରିଷଦ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅଂଚଳର ରାସ୍ତା ବେହାଲ,ଲୋକେ ହନ୍ତସନ୍ତ

ଚୌଦ୍ୱାର (ଶିବବ୍ରତ ଦାସ )- କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୬ ନମ୍ବର ୱାର୍ଡ ଗୋଡିପାଟଣା ଠାରେ ଥିବା ଫେଭର ରାସ୍ତା କୁ ନେଇ ଦେଖାଯାଇଛି ଜନ ଅସନ୍ତୋଷ l ସୂଚନା ମୁତାବକ ଗତ ୨୦୨୪ ମସିହାରେ ଦୌଲତାବାଦ ପମ୍ପ ହାଉସ ଠାରୁ ଚିତ୍ତରେସ୍ୱର ମାର୍କେଟ ପର୍ଯ୍ୟନ୍ତ ହୋଇଥିବା ୧୪ ଲକ୍ଷ ବ୍ୟୟ ଅଟକଳ ରେ ଡ୍ରେନ, ସ୍ଲାବ ଓ ଫେଭର ରାସ୍ତା ନିର୍ମାଣ କରାଯାଇଥିଲା l ମାତ୍ର ଏକ ବର୍ଷ ନ ପୂରୁଣୁ ଏହି ରାସ୍ତା ଟି ଦବି ଯିବା ସହିତ ରାସ୍ତାରେ ବଡ଼ ବଡ଼ ଗାଡ଼ ହେବା ସହିତ ଲୋକ ମାନେ ପଡି ଲହୁ ଲୁହାଣ ହେବା ସହିତ ଜଣ ବ୍ୟକ୍ତି ର ଗୋଡ଼ ଭାଙ୍ଗି ଯାଇଥିବାର ଜଣାପଡିଛି l ଅନ୍ୟ ପକ୍ଷ ରେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହି ରାସ୍ତା କାର୍ଯ୍ୟର ଫଳକ ଏକ ଗୃହର ପଛ ପଟ କାନ୍ଥ ରେ ଲିଖିତ ହେବା ଘଟଣା ସ୍ଥାନୀୟ ପାରିଷଦ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀମତୀ ବର୍ଷାରାଣୀ ପଲେଇ, ଶ୍ରୀ ସୁଶାନ୍ତ ସ୍ୱାଇଁ, ମମତା ବେହେରା ଙ୍କ ସମେତ ଗ୍ରାମବାସୀ ମାନେ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଅନ୍ୟ ପକ୍ଷ ରେ ସଦା ସର୍ବଦା ଦୁର୍ନୀତି ରେ ଚର୍ଚ୍ଚା ରେ ରହି ଆସୁଥିବା ଚୌଦ୍ୱାର ପୌରପାଳିକା ପୁଣି ସ୍ଥାନୀୟ ପାରିଷଦ ଓ ଠିକାଦାର ମଧୁଚନ୍ଦ୍ରିକା ଘଟଣା କୁ ବରିଷ୍ଠ ସମାଜସେଵୀ ଓ ବୁଦ୍ଧିଜୀବୀ ମାନେ ନା ପସନ୍ଦ କରିଛନ୍ତି l ଏଥି ସହିତ ଯେଉଁ ରାସ୍ତା କାର୍ଯ୍ୟ ହୋଇଛି ତାହା ସମ୍ପୂର୍ଣ ୧୪ ଲକ୍ଷ ଟଙ୍କାର କାମ ନୁହେଁ ବରଂ ତାହା ପାଞ୍ଚ ଲକ୍ଷ ଭିତରେ କାମ କରାଯାଇ ଅବଶିଷ୍ଟ ବଳକା ଅର୍ଥ କୁ ପାରିଷଦ ଓ ଠିକାଦାର ଚଳୁ କରିଦେଇଛନ୍ତି ଏବଂ ବାରମ୍ବାର ରାସ୍ତା କୁ ଖୋଲିକି ପୁନଃ କାର୍ଯ୍ୟ କାର୍ଯ୍ୟ କରାଯାଉଛି ବୋଲି ସ୍ଥାନୀୟ ଜନତା ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଅନ୍ୟ ପକ୍ଷ ରେ ଯଥା ଶୀଘ୍ର ରାସ୍ତା କାର୍ଯ୍ୟ ନସରେ ତେବେ ଆଗାମୀ ଦିନ ରେ ପୌର ପାଳିକା ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ମତ ପ୍ରକାଶ କରିଛନ୍ତି l