ପାଙ୍ଗିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ତମ ବାର୍ଷିକ ଉତ୍ସବ

ବାଲିପଦର:-୦୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗୋପବନ୍ଧୁ ଦାସ, ନିଳକଣ୍ଠ, ଓ ଗୋଦାବରୀଶଙ୍କ ଶିକ୍ଷା ବ୍ୟବସ୍ଥାକୁ ଅନୁସରଣ କରି ନିଜ ଜୀବନଶୈଳୀ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ଯବକ୍ତା ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର କ୍ରୁ୍ତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ତମ ଅତିଥି ଭାବେ ଅନ୍ତରପଡ଼ା କ୍ଳଷ୍ଟର ସିଆରସିସି ସର୍ମିଷ୍ଠା କୁମାରୀ ଜେନା, ବିଦ୍ୟାଳୟର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ବିଷୋୟୀ, ଅନ୍ତରପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ଯୋଗଦେଇ ଥିବା ବେଳେ ଅଜୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକୁ ଶିବରାମ ପାତ୍ର, ଭାରତୀ ଦାଶ, ସସ୍ମିତା ମହାନ୍ତି, ଭାରତୀ ରଣା, ରାଜଶ୍ରୀ ମାଝି, ରୋଜି ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ। ପାଚିକା ରେବତୀ ଡାକୁଆ, ରିଙ୍କି ବାରିକ, ପ୍ରତିମା ସାହୁ, ବିଦ୍ୟାଳୟ ପରିଚାଳନା ପରିଷଦର ସମସ୍ତ ସଭ୍ଯ ସଭ୍ଯା ସହଯୋଗ କରିଥିଲେ। ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଉତ୍ସାହର କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗଦେଇ ଥିଲେ। ତ୍ରୁତୀୟ ଶ୍ରେଣୀ ଛାତ୍ରୀ କେ.ରାଣୀ ଦୋରା ମେଧାବୃତ୍ତି ପରିକ୍ଷାରେ ଶ୍ରେଷ୍ଠ ମନୋନୀତ ହୋଇ ଥିବାରୁ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା। ଶେଷରେ ସହକାରୀ ଶିକ୍ଷକ ଅଜୟ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।