
ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ରେ ଚଳିତ ଖରିଫ ଧାନ ମଣ୍ଡି ସୁରୁଖୁରୁରେ ଚାଲିଥିବା କଥା ଜିଲ୍ଲା ପ୍ରଶାସନ ଦାବି କରୁଛି । ଗତକାଲି ସୁଦ୍ଧା ପଞ୍ଜିକୃତ ୪୮,୨୧୬ ଜଣ ଚାଷୀଙ୍କ ୨୪ ଲକ୍ଷ ୫ ହଜାର ୫୭ କ୍ୱିଣ୍ଟାଲ ଧାନ ଉଠିସାରିଲାଣି, ହଜାର ୪୮୭ ଜଣଜାଣ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ବିଚାର କଲେ ତଥାପି ଜିଲାର ୮୫୫ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହିଲେ । ସଂପ୍ରତି ଜିଲାରେ ୫୦,୪୮୭ଜଣ ଚାଷୀଙ୍କ ମଧ୍ୟରୁ ୪୮,୨୧୬ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ଏବେବି ଜିଲାର ୨,୨୭୧ ଜଣ ଚାଷୀ ନିଜ ଧାନ ବିକ୍ରି କରିନାହାନ୍ତି।ଯାହାକି ଗତ ବର୍ଷ ତୁଳନାରେ ଅଧିକ । କିନ୍ତୁ ଏବେବି ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ିରହିଛି । ତା’ସହ ଅନେକ ଚାଷୀଙ୍କ ଟୋକନ ଏପର୍ଯ୍ୟନ୍ତ ଆସିନାହିଁ ସୂଚନାଯୋଗ୍ୟ, ଚଳିତ ବର୍ଷ ନୂଆପଡ଼ା ଜିଲାରେ ପ୍ରଚୁର ଧାନ ଉତ୍ପାଦନ ହୋଇଥିଲା। ସେଥିପାଇଁ ଜିଲାର ପ୍ରାୟ ୫୧,୩୪୨ ଜଣା ଚାଷୀ ନିଜ ନାମ ପଞ୍ଜିକୃତ କରିଥିଲେ। ସେଟ୍ଲାଇଟ ସର୍ଭେ ଆଳରେ ରାଜ୍ୟ ସରକାର ପ୍ରଥମେ କେବଳ ୪୯ ହଜାର ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁଯୋଗ୍ୟବିବେଚିତ କରିଥିଲେ । ଫଳରେ ପ୍ରାୟ ୨ ହଜାର ଚାଷୀ ନିଜ ଧାନ ବିକ୍ରି କରିବାରୁ ବଞ୍ଚିତ ରହୁଥିଲେ । ପରେ ଜିଲାର ୫୦ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ କହିବା ଅନୁସାରେ ଜିଲାକୁ ମୋଟ ୨୫ ଲକ୍ଷ ୨୪ ହଜାର ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ମିଳିଛି । ସେଥୁରୁ ଗତକାଲି ସୁଦ୍ଧା ୨୪ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି । ମାତ୍ର କିଛିଦିନ ମଧ୍ୟରେ ଜିଲାରେ ପ୍ରାୟତଃ ଧାନ କିଣା ସରିଯିବ । ଯଦି କିଛି ଚାଷୀ ରହିଯାଇଛନ୍ତି, ତେବେ ଆମେ ଆଉ ଅଧିକ ଲକ୍ଷ୍ୟ ମାଗିବୁ । ସବୁ ଚାଷୀଙ୍କ ଧାନ କିଣିବୁ । ଚାଷୀଙ୍କ ଟୋକନ ନଆସିବା ପ୍ରଶ୍ନରେ ସେ କହିଥିଲେ ଯେ, ଧୀରେ ଧୀରେ ଟୋକନ ମାଧ୍ୟ ଆସୁଛି । ଆଶା କରାଯାଉଛି ଜିଲାର ସମସ୍ତ ଚାଷୀ ନିଜ ଧାନ ବିକିବେ । ଆମେ ଗତବର୍ଷ ତୁଳନାରେ ଚଳିତ ବର୍ଷପ୍ରାୟ ଦେଢ଼ ଲକ୍ଷ କ୍ୱିଣ୍ଟାଲ ଧାନ ଅଧିକ କିଣି ସାରିଛୁ । ତେଣୁ ଧାନ ବିକ୍ରିରେ କୌଣସି ଚାଷୀ କ୍ଷତିଗ୍ରସ୍ତ ହେବେ ନାହିଁ।