
ବାଲିପଦର:-୦୭/୦୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ନୂତନ ଭାବେ ପ୍ରଧାନମନ୍ତ୍ରୀ ଶିକ୍ଷା ଯୋଜନାରେ ସଂଯୋଗ ହୋଇଥିବା ବାଲିପଦର ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ୨୦୨୪-୨୫ ଶିକ୍ଷାବର୍ଷରେ ୬୦୦ ରୁ ୫୩୦ ମାର୍କ ରଖି ବୁଗୁଡ଼ା ବ୍ଳକ୍ ଟପର ହୋଇଥିବା ବାଲିପଦରର ଅମିତ୍ କୁମାର ସାସମଲ ଙ୍କୁ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର ଏବଂ ଦୁଇଜଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା ଓ ଗିରିଧାରୀ ସ୍ବାଇଁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପିତା ଅଜିତ୍ କୁମାର ସାସମଲ ମାତା ସ୍ନେହାସ୍ମିତା ସାସମଲ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।