
ଚୌଦ୍ୱାର (ଶିବବ୍ରତ ଦାସ) କଟକ ଜିଲ୍ଲା ଚୌଦ୍ୱାର ଠାରେ ଆଜି ୪୪ ମଣ୍ଡଳ ରାଜଦୋଳ ସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଠାକୁର ମାନଙ୍କ ର ମାର୍ଫଦାର ଭାଇମାନେ ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ l ସମିତିର ସଭାପତି ଶ୍ରୀ ଦୀପକ ମଙ୍ଗରାଜ ଅଧକ୍ଷତା ରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ୫ ଗୋଟି ଯାତ୍ରାର ଦିନ ନିର୍ଘଣ୍ଟ କରାଯାଇଥିଲା l ଚଳିତ ବର୍ଷ ଫାଲ୍ଗୁନ ଏକାଦଶୀ ଫେବୃଆରୀ ୨୭ ତାରିଖ ଦିନ ଆଗ୍ରାହାଟ, ୨୮ ତାରିଖ ଦ୍ୱାଦଶୀ ଦିନ ଜଗତପୁର,ମାର୍ଚ୍ଚ ୧ ତାରିଖ ତ୍ରୟୋଦଶୀ ଦିନ ଗୋଡିପାଟଣା,୨ ତାରିଖ ଦିନ ବିଶ୍ରାମ ଦିବସ,୩ ତାରିଖ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ ଚୌଦ୍ୱାର ମେଳଣ ଓ ଶେଷରେ ୪ ତାରିଖ ଦିନ ଫକୀରପୁର ମେଳଣ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ୪୪ ମଣ୍ଡଳ ର ଉପସଭାପତି ଶ୍ରୀ ହରିହର ପଣ୍ଡା,ସମ୍ପାଦକ ନବ ସାହୁ,ଶିବ ଶଙ୍କର ସାହୁ,ଭାବଗ୍ରାହୀ ପଣ୍ଡା,ପ୍ରକାଶ ପଣ୍ଡା,ଚନ୍ଦ୍ର ମୋହନ ଚୌଧୁରୀ,ରବୀନ ଚନ୍ଦ୍ର ସୁବୁଦ୍ଧିରାୟ,ଭାଗିରଥି ବେଉରା,ହେମନ୍ତ ବିଶ୍ୱାଳ ଙ୍କ ସମେତ ସମସ୍ତ ମାର୍ଫଦାର ଭାଇ ମାନେ ଉପସ୍ଥିତ ଥିଲେ l