
ଚୌଦ୍ୱାର (ଶିବବ୍ରତ ଦାସ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଭଟିମୁଣ୍ଡା ଠାରେ ପାଞ୍ଚ ପରଗଣା ତୈଳିକ ବୈଶ୍ୟ ସମାଜର ୪୬ ତମ ବାର୍ଷିକ ସମାରୋହ ଓ ” କୁବେର ପୁତ୍ର ” ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହେବା ସହିତ ଉତ୍ତରୀୟ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ର ପ୍ରାୟ ୧୬ ଗୋଟି ଗ୍ରାମର ତୈଳିକ ସମାଜ ର ମୁଖ୍ୟ ମାନଂକୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଛୋଟ ପିଲାମାନଙ୍କୁ ଶିଶୁ ପ୍ରତିଭା ପୁସ୍ତକ ପ୍ରଦାନ ସହିତ ମହିଳା ମାନଂକୁ ଶାଢ଼ୀ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚିଲିକା ର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ କିପରି ଭାବେ ତୈଳିକ ସମାଜ ର ଉନ୍ନତି ହେବ ଏବଂ ପୁରାତନ ଇତିହାସ ରେ କିପରି ଭାବେ ଏହି ସମାଜ ବାଣିଜ୍ୟ କାରବାର ପାଇଁ ଜାଭା, ସୁମିତ୍ରା ଭଳି ଦ୍ବୀପ ଗୁଡିକୁ ଯାଉଥିଲେ ଏବଂ ଧନ ଆଣୁଥିଲେ ତାହା ମତ ପ୍ରକାଶ କରିଥିଲେ l ଏଥି ସହିତ ତୈଳିକ ସମାଜ ର ସଭାପତି ଶ୍ରୀ ଦୟାନିଧି ସାହୁ ତାଙ୍କ ମନ୍ତବ୍ୟ ରେ ପ୍ରତି ଗ୍ରାମ ରେ ଏକ କୋଠ ଘର ନିର୍ମାଣ ସହିତ ଏହି ସମାଜ ଭବିଷ୍ୟତ ରେ ଏକ ପ୍ରତିଷ୍ଠିତ ସମାଜ ହୋଇ ପାରିବ ତାହା ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ତୈଳିକ ସମାଜ ର ସଭାପତି ଶ୍ରୀ ଦୟାନିଧି ସାହୁ, କୋଷାଧକ୍ଷ ଶ୍ରୀ ଶିବ ଶଙ୍କର ସାହୁ, ଉପାଧ୍ୟାକ୍ଷ ନବ ସାହୁ,ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ତୈଳିକ ସମାଜ ର ବହୁ ବରିଷ୍ଠ ମୁରବୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ l