
ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି) ଅଡବା ପୋଲିସ୍ ପେଟ୍ରାଲିଂ କରୁଥିବା ବେଳେ ଏକ ପିକଅପ୍ ଭ୍ୟାନ ନମ୍ବର OD. 33. AU.6758 ରୁ ୧୧ କୁଇଣ୍ଟାଲ୍ ୯୦ କେଜି ଭାଙ୍ଗ ଜବତ କରିଛି l ଅଡବା ପୋଲିସକୁ ଦେଖିବା ମାତ୍ରେ ଘଟଣା ସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛି l ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଟିମ୍ ବେବିରୀ ଛକ ନିକଟରେ ପେଟ୍ରୋଲିଂ କରୁଥିବା ସନ୍ଦେହରେ ଏକ ପିକଅପ୍ ଭ୍ୟାନକୁ ଅଟକାଇ ଯାଞ୍ଚ କହିଥିଲା l ଯାଞ୍ଚ ବେଳେ ପୋଲିସ ସେହି ଗାଡିରୁ ୩୯ ଗୋଟି ବସ୍ତାରେ ଥିବା ୧୧ କୁଇଣ୍ଟାଲ୍ ୯୦ କେଜି ଭାଙ୍ଗ ଜବତ କରିଛି l ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ l ଅଭିଯୁକ୍ତ ଜଣଙ୍କ ଅଡବା ଅଂଚଳରୁ ଭାଙ୍ଗ ନେଇ ଗଞ୍ଜାମ ଜିଲ୍ଲା କୁ ଚାଲାଣ କରୁଥିବା ତଦନ୍ତରୁ ଜଣାପଡିଛି l ତେବେ ଏହି ଚାଲାଣରେ କେତେ ଜଣ ସଂମ୍ପୃକ୍ତ ଅଛନ୍ତି ପୋଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି l