କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ।

ଭଂଜନଗର – ୦୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଂଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ଗାଁ ନିକଟରେ ରହିଥିବା ଏକ କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟି, ବହୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି, ନିଆଁକୁ ଆୟତ୍ତ କରିଥିଲେ । କୁହାଯାଉଛି , ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ସଟସର୍କିଟ୍ ହେବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର ଭୟାବହତା ବ୍ୟାପକ ରୂପ ନେବା ପୂର୍ବରୁ, ଏହାକୁ ଅଗ୍ନିଶମ ବାହିନୀ ଯଥା ସମୟରେ ରୋକିଥିବାରୁ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା ।