ଅବ୍ୟବସ୍ଥା ଘେରରେ ପ୍ରସିଦ୍ଧ ଗାଲେରୀ ଦଣ୍ଡକାଳୀ ମନ୍ଦିର, ମନ୍ଦିରର ଆୟ ହେଉଛି ବାଟ ମାରଣା, ଲାଗୁନି ମନ୍ଦିର କାମରେ।

ଭଞ୍ଜନଗର ୦୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଂଜନଗର ବ୍ଲକ୍ ଗାଲେରୀ ଗ୍ରାମରେ ରହିଛି ପ୍ରସିଦ୍ଧ ଦଣ୍ଡକାଳୀ ମନ୍ଦିର । ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମା ଙ୍କ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ ଏହି ମନ୍ଦିରରେ । ପ୍ରତି ବର୍ଷ ଚୈତ୍ର ମାସରେ ଗାଲେରୀ ଦଣ୍ଡକାଳୀଙ୍କ ପ୍ରସିଦ୍ଧ ଦଣ୍ଡ ନାଚ ଅନୁଷ୍ଠିତ ହୁଏ, ଯାହା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକ ଆସନ୍ତି । ମନ୍ଦିରକୁ ଦାନ ଆକାରରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ମନ୍ଦିର ପୂଜକ କାହ୍ନୁ ଚରଣ ଶତପଥୀ ଙ୍କ ଠାରୁ ଅଭିଯୋଗ ପାଇବା ପରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ରାଜ୍ୟ ସଭାପତି ସାଇ ପ୍ରସାଦ ପରିଡ଼ା ଓ ସମ୍ପାଦକ ରାମକୃଷ୍ଣ ଚର୍ଚ୍ଚି ରବିବାର ଉକ୍ତ ମନ୍ଦିର ପରିଦର୍ଶନ ରେ ଆସି ମନ୍ଦିର ପୂଜକ କାହ୍ନୁ ଚରଣ ଶତପଥୀଙ୍କ ସହ ମନ୍ଦିର ସମ୍ପର୍କରେ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ । ମନ୍ଦିର ଟି କମିଟି ଦ୍ଵାରା ପରିଚାଳିତ ହେଉଥିବା ଏବଂ ମନ୍ଦିରର କୌଣସି ଟ୍ରଷ୍ଟ ନଥିବା ଜାଣିବାକୁ ପାଇଥିଲେ । କମିଟି ଦ୍ଵାରା ପରିଚାଳିତ ହେଉଥିବାରୁ ବିଭିନ୍ନ ପରିଚାଳନାଗତ ଏବଂ ଆର୍ଥିକ ଅନିୟମିତତା ହେଉଛି । ସରକାରୀ ଅନୁଦାନ ପାଇଁ ବଞ୍ଚିତ ମଧ୍ୟ ହେଉଥିବା ଜାଣିବା ପରେ ମନ୍ଦିରର ଉନ୍ନତି ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ପରିଡ଼ା ପ୍ରତିଶ୍ରୁତି ଦେଇଥିଲେ ।