
ଭଞ୍ଜନଗର ୧୦/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ହଜିଗଲା ମାନବିକତା ଦୀର୍ଘ ସମୟ ଧରି ମେଡିକାଲରେ ପଡିରହିଲା ଶବ, ଅନ୍ତିମ ସତ୍କାର କଲେ ବିପଦର ବନ୍ଧୁ ସାମାଜିକ ବାସନ୍ଦ ପାଇଁ ମୃତ ଶରୀରକୁ କାନ୍ଧ ଦେବାକୁ ଆସିଲେନି ପରିବାର ଲୋକ। ସୂଚନା ପ୍ରକାରେ ଗତ ସୋମବାର ଦିନ କୁଲାଡ଼ ଗ୍ରାମର କାହ୍ନୁ ଡାକୁଆ (୪୦) ଙ୍କ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କାହ୍ନୁ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିବା କାରଣରୁ ତାଙ୍କୁ ଜାତିରୁ ବାସନ୍ଧ କରିଦେଇଥିବା କାରଣରୁ ପରିବାର ଲୋକ କିମ୍ବା ଗ୍ରାମବାସୀ କେହି ମଧ୍ୟ ଶବକୁ ନେବାକୁ ଆସିଲାନାହିଁ। ବହୁ ସମୟ ମୃତ ଦେହ ମେଡିକାଲରେ ପଡିରହିବା ପରେ ମେଡିକାଲ କତୃପକ୍ଷ ଥାନାକୁ ଖବର ଦେଇଥିଲେ ପରେ ବିପଦର ବନ୍ଧୁ ସମାଜସେବୀ ଅନୁଷ୍ଠାନ ର ସଦସ୍ୟ ମାନେ ମେଡିକାଲ ରେ ପହଁଞ୍ଚି ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ସହଯୋଗ ରେ ମହାପ୍ରୟାଣ ଗାଡି ମାଧ୍ୟମରେ ଭଞ୍ଜନଗର ସ୍ମଶାନକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ କାହ୍ନୁ ଙ୍କ ସବ ସତ୍କାର କରିଥିଲେ। କାହ୍ନୁଙ୍କ ସ୍ତ୍ରୀ ବହୁତ ଦିନ ଧରି ତାଙ୍କୁ ଛାଡି ଚାଲିଯାଇଛନ୍ତି ଦୁଇପୁଅ ମଧ୍ୟ କେଉଁଆଡେ ଅଛନ୍ତି କୌଣସି ଖବରବି ମିଳିଲା ନାହିଁ।ପ୍ରକଶ ଥାଉ କୁ ମହାମାରୀ କରୋନା ସମୟରୁ ଅଦ୍ୟାବଧି ଉକ୍ତ ଅନୁଷ୍ଠାନର ସଦସ୍ୟ ମାନେ ଅସହାୟ ବ୍ୟକ୍ତି ଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି।