ବାଇକ ସହ ୨୯ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଭଞ୍ଜନଗର ୧୧/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳରୁ ଭୁବନେଶ୍ୱର କୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର ପୁଲିସ ୨୯ କେଜି ଗଞ୍ଜେଇ ସହ ୧୩୫୦ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ କନ୍ଧମାଳ ଜିଲ୍ଲା ଶଲାଗୁଡାର ନରେଶ କଅଁର ଓ ଗଞ୍ଜାମ ଜିଲ୍ଲା ତାରସିଂର ଭିକାରୀ ଦଳବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।

ସୁଚନାନୁସାରେ, ଗତକାଲି ଭଞ୍ଜନଗର ଫୁଲବାଣୀ ରାସ୍ତା ନିଧିଆପଲ୍ଲୀ ଛକରେ ଏସଆଇ ଲିପିନା ବିଶ୍ବାଳଙ୍କ ନେତୃତ୍ୱ ରେ ପୁଲିସ ଟିମ୍ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଗିରଫ ଦ୍ବୟ କନ୍ଧମାଳ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଧରି ବାଇକ୍ ଯୋଗେ ଭଞ୍ଜନଗର ଦେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଖାରିଗୁଡା ନିକଟରେ ପୁଲିସ ଟିମ୍ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏକ ଜରି ବ୍ୟାଗ୍ ରୁ ୨୯ କେଜି ଗଞ୍ଜେଇ ବାହାରିଥିଲା। ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମହାର ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ର ଓଜନ କରାଯାଇ ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି।