
ଭଞ୍ଜନଗର ୧୧/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣ, ଦୈନନ୍ଦିନ ଜୀବନରେ ଆବଶ୍ୟକତା ହେଉଥିବା ମାନବୀୟ ମୂଲ୍ୟବୋଧ ସହ ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ ଅବଗତ କରାଇବା ନିମନ୍ତେ ବ୍ରହ୍ମକୁମାରୀ ସଂସ୍ଥା ତରଫରୁ ସାରା ବିଶ୍ୱର ବିଭିନ୍ନ ଦେଶର ବିଭିନ୍ନ ସ୍ଥାନରେ ଶିବ ରାତ୍ରି ଉପଲକ୍ଷେ ଶିବ ସନ୍ଦେଶ ଅଭିଯାନ ରଥ ପରିକ୍ରମା କରୁଅଛି। ଏହି ଉଦ୍ଦେଶ୍ୟ ନେଇ ଭଞ୍ଜନଗର ଉପସେବା କେନ୍ଦ୍ରରୁ ମଧ୍ୟ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ କରକମଳରେ ଫେବୃଆରୀ ଦୁଇ ତାରିଖରୁ ଶିବ ସନ୍ଦେଶ ଅଭିଯାନ ରଥର ଉଦଘାଟନ କରାଯାଇ ଗ୍ରାମ୍ଯ ଭ୍ରାମ୍ୟମାଣ କାର୍ଯ୍ଯରେ ଲଗାଯାଇଛି। ଅଦ୍ୟାବଧି
ଗାଲେରୀ,କୁଲାଡ,ବଡକୋଦଣ୍ଡା,ମୁଜାଗଡ, ଲଣ୍ଡେଇସାହି, ପ୍ରଗତି ନଗର ସମେତ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପାଠଶାଳା ଗୁଡିକରେ ଶିବ ଧ୍ବଜା ଉତ୍ତୋଳନ ସହ ଜନସଚେତନତାମୂଳକ ବାର୍ତ୍ତା ଦିଆଯାଇସାରିଲାଣି। ଏହା ସହିତ ଭଞ୍ଜନଗର ବ୍ଲକର ମୁଖ୍ୟ ସେବାକେନ୍ଦ୍ର ତରଫରୁ ଆସନ୍ତା ୧୩ ତାରିଖରେ କଳସ ଯାତ୍ରା,୧୪ ତାରିଖରେ ମୋଟର ବାଇକ୍ ରାଲି,୧୫ରେ ଶାନ୍ତି ଶୋଭାଯାତ୍ରା କରିବା ପାଇଁ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ସ୍ଥିର କରିଛନ୍ତି । ତ୍ରିବସୀୟ ଶିବ ରାତ୍ରି ଉତ୍ସବରେ ଚୈତନ୍ୟ ଝାଙ୍କି ରେ ସନ୍ଦ୍ୟା ୬ ଠାରୁ ରାତ୍ରି ୯ ଟା ଯାଏଁ ବହୁ ସଂଖ୍ୟାରେ ଯୋଗ ଦେଇ ଈଶ୍ୱରୀୟ ସନ୍ଦେଶ ତଥା ସୁଖଶାନ୍ତି ପ୍ରାପ୍ତି ପାଇଁ ଭଞ୍ଜନଗର ବ୍ଲକ ବାସୀଙ୍କୁ ଅନୁରୋଧ କରିଛନ୍ତି।