
ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା, ଉଦନ୍ତୀ ମହୋତ୍ସବ ମହୋତ୍ସବ ନୁହେଁ ଏହା ହେଉଛି ସିନାପାଲି ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମେରୁଦଣ୍ଡ। ଉଦନ୍ତୀ ମହୋତ୍ସବ ସିନାପାଲି ଅଞ୍ଚଳକୁ ବିଶ୍ବ ଦରବାର ରେ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି। ଏହି ମହୋତ୍ସବ ମାଧ୍ୟମରେ ସିନାପାଲି ଅଞ୍ଚଳର କବି,ଳେ ବି, ଲେଖକ, ଗାଳ୍ପିକ, ସାହିତ୍ୟିକ, ସ୍ବାଧୀନତା ସଂଗ୍ରାମୀ ତଥା ବହୁ ପ୍ରତିଭାଶାଳୀ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରି ଅଞ୍ଚଳର ଗର୍ବ ଗୌରବାମୟ ଇତିହାସକୁ ସମସ୍ତଙ୍କ ନିକଟରେ ପରଷିଦେଇ ଆସୁଛି । ପ୍ରତିବର୍ଷ ଉଦନ୍ତୀ ମହୋତ୍ସବରେ ନୂତନ ପ୍ରତିଭା ଏବଂ ମହାନ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଜନମାନସକୁ ଯୋଡ଼ିବାର ପ୍ରୟାସ କରାଯାଉଛି । ସିନାପାଲି ଅଞ୍ଚଳର ଦେବାଦେବୀ ମାନଙ୍କ ଅପାର କରୁଣାରୁ ଅଞ୍ଚଳ ବାସୀ ଏହି ଉତ୍ସବ ମାଧ୍ୟମରେ ଏକସୁତ୍ରରେ ଗୁମ୍ଫା ଯାଇଥିବା ପୁଷ୍ପମାଲ୍ୟ ହୋଇ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥ, ସିନାପାଲି ଅଧୂଷ୍ଠାତ୍ରୀ ଦେବୀ ମାଁ ମହୁଲଗଛିଏନ, ମାଁ ଦୁର୍ଗା, ମାଁ ସମଲେଶ୍ବରୀ, ମାଁ ଗାୟତ୍ରୀଙ୍କ ଗଳାର ହାର ହୋଇ ଶୋଭାପାଉଛି । ସର୍ବ ଦେବାଦେବୀଙ୍କ ଅପାର କରୁଣା, ଅଗଣିତ ଅଞ୍ଚଳ ବାସୀଙ୍କ ସହଯୋଗ ସହାନୁଭୂତି ସମର୍ଥନ ଏବଂ ଉତ୍ସାହ ବଳରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟନୂଆପଡା ଜିଲ୍ଲା, ସିନାପାଲିରେ ପଳନ ହେବାକୁ ଯାଉଛି ଉଦନ୍ତୀ ମହୋତ୍ସବ ୨୦୨୬ । ଏହି ସକାଶେ ଆଜି ୨୦୨୫ ଉଦନ୍ଧୀ ମହୋତ୍ସବ ପାଳନ କମିଟିର ସଭାପତି ବୈଷ୍ଣବ ମେହେର ଙ୍କ ସଭାପତିତ୍ୱରେ ସିନାପାଲି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ, ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହୋତ୍ସବ ପ୍ରେମୀ ଶତାକ ଜନସାଧାରଣଙ୍କ ଉପସ୍ଥିତିରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ, ଜନସାଧାରଣଙ୍କ ମତାମତ କୁ ସମ୍ମାନ ଜଣାଇ ଉତ୍ସବ ପାଳନର ବିଗତ ଆଗତ ସବୁ ତଥ୍ୟ ଆଧାରିତ କିଛି ସଫଳ ବିଫଳ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ହୋଇଥିଲା ଏବର୍ଷ ଉଦନ୍ତୀ ମହୋତ୍ସବ କିଭଳି ଆହୁରି ଦିବ୍ୟ ଭବ୍ୟ ଐତିହାସିକ ହେବ ସେ ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସର୍ବ ସହମତି ଫଳରେ ଆସନ୍ତା ୨୦୨୬ ମାର୍ଚ୍ଚ ୨୭-୨୮-୨୯ ତାରିଖ ତିନିଦିନ ବ୍ୟାପି ଏହି ଉଦନ୍ଧୀ ମହୋତ୍ସବ ପାଳନ କରାଯିବ ବୋଲି ସ୍ଥିରୀକୃତ କରାଯାଇଛି ଏବଂ ଉତ୍ସବ ପାଳନ କମିଟି ପରିଚାଳନା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ପଦବୀ ସ୍ଥିରୀକୃତ କରାଯାଇଛି । ଉତ୍ସବ ପାଳନ କମିଟି ସଭାପତି ରୂପେ ପ୍ରିୟରଞ୍ଜନ ମେହେର, ଉପସଭାପତି ଅଜିତ କୁମାର ଯୋଷୀ, ରଜନୀକାନୁ ମାଝୀ ଓ ମନୋରଞ୍ଜନ ମେହେର, ସମ୍ପାଦକ ରୁପେ ସୁରଜ କୁମାର ମେହେର, ସହ ସମ୍ପାଦକ ଜିତୁ ମେହେର, ସୁସାନୁ କୁମାର ନାଏକ, ବଂଶୀଧର ଜଗତ, କୋଷାଧ୍ୟକ୍ଷ ଦିବ୍ୟ ରଞ୍ଜନ ନାଏକ ଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ସିନାପାଲି ସଚେତନ ନାଗରିକ କମିଟିର ସଭାପତି ଡମ୍ବରୁଧର ମେହେର ବରିଷ୍ଠ ଉପଦେଷ୍ଟା ବୈଷମ୍ପାୟନ ମେହେର,ନିଳମଣି ମେହେର, ନାରାୟଣ ପାତ୍ର, ଗଲାମଣି ସା, ନନ୍ଦ କୁମାର ପାତ୍ର, ଡ.ଅରିଗଞ୍ଜନ ଯୋଷୀ, ସୁବ୍ରତ କୁମାର ଠାକୁର,ଲିଙ୍ଗରାଜ ଘିଭେଲା, ତ୍ରୀନାଥ ମେହେର, ରବିନ୍ଦ୍ରନାଥ ଯୋଷୀ, ସତିଶ ଯୋଷୀ, ଲଲିତ କୁମାର ସୁନାରୀ, ବଂଶୀଧର ଜଗତ, ମନିଷ ପଟେଲ, ଆଲୋକ ମେହେର, ସାନୁର୍ଯ୍ୟ ମେହେର,ବନବିହାରୀ ମେହେର, ସୁଶାନ୍ତ ନୈକ, ଜିତେନ୍ଦ୍ର ମେହେର, ଗଣମାଧ୍ୟମ ପ୍ରତିନିଧୂ ସମେତ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ସହ ଯୁବ ସମାଜ ଉପସ୍ଥିତରହି ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ସର୍ବ ସହମତି କ୍ରମେ ଆଗାମୀ ତା: ୧୪-୦୨-୨୦୨୬ ରିଖ ଶନିବାର ଦିନ ପରବର୍ଷି ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଗଲା। ବୈଠକର ଶେଷ ପର୍ଯ୍ୟାୟରେ ବଂଶୀଧର ଜଗତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଅନୁମତି କ୍ରମେ ସଭାଟିକୁ ସାଙ୍ଗ କରିଥିଲେ ।