
ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ବୋଡ଼େନପଞ୍ଚାୟତ ସମିତିର ଏକ ବୈଠକ ପଞ୍ଚାୟତ ସମିତିସଭାଗୃହରେବ୍ଲକଅଧ୍ଯକ୍ଷାପ୍ରେମଶିଳାନାଗଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଯାଇଛି । ବୈଠକରେ ଖଡ଼ିଆଳ ବିଧାୟକ ଅଧୂରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସାଂସଦ ପ୍ରତିନିଧୂ ବିଜୟ କୁମାର ବେହେରା, ବ୍ଲକ ଉପାଧ୍ଯକ୍ଷା ସଙ୍ଗୀତା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ସ୍ମୃତିସିଂ ମାଝୀ, ବିଡିଓ ସୁଶାନ୍ତ କୁମାର ରଣା ପ୍ରମୁଖ ମଞ୍ଚାସିନ ଥିଲେ । ବିଡିଓ ସୁଶାନୁ କୁମାର ରଣା ସଂଯୋଜନା କରିଥିବାବେଳେ ଜିପିଡିଓ ଭୀଷ୍ମ କୁମାର ସହଯୋଗ କରିଥିଲେ। ବୈଠକରେ ରାଜସ୍ବ, ଶିକ୍ଷା, କୃଷି, ଉଦ୍ୟାନ, ପାନୀୟ ଜଳ ଓ ପରିମଳ, ପ୍ରାଣୀ ଓ ପଶୁ ସମ୍ପଦ, ସ୍ବାସ୍ଥ୍ୟ, ମତ୍ସ୍ୟ, ମହିଳା ଓ ଶିଶୁ ଉନ୍ନୟନ, ସାମାଜିକ ସୁରକ୍ଷା, ଯୋଗାଣ ଓ ଖାଉଟି କଲ୍ୟାଣ, ବିକଶିତ ଭାରତ ଜୀ-ରାମ-ଜୀ, ବିକଶିତ ଗାଁ ବିକଶିତ ଓଡ଼ିଶା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ଆଲୋଚନା କରାଯିବା ସହିତ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ପାନୀୟ ଜଳ ଯୋଗାଣ କେମିତି ଠିକ୍ ଭାବରେ ହୋଇପାରିବ, ଲୋକମାନେ ଯେମିତି ସୁବିଧାରେ ଜଳ ପାଇ ପାରିବେ ସେଥ୍ ପ୍ରତି ଦୃଷ୍ଟି ଦେଇ କାମ କରିବାକୁ ବିଡ଼ିଓ ସମସ୍ତ ଲୋକ ପ୍ରତିନିଧୂ ଓ ସରକାରୀ ଅଧୂକାରୀଙ୍କୁ ଅନୁରୋଧ କରିଥିଲେ । ଆଜିକାର ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମିତି ସଭ୍ୟା, ସମସ୍ତ ବିଭାଗୀୟ ଅଧୂକାରୀ ଯୋଗଦାନ କରି ନିଜ ନିଜ ବିଭାଗୀୟ ତଥ୍ୟ ପ୍ରଦାନ କରିବା ସହ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।