
ବୁଗୁଡା,୧୬/୦୨(ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଫେବୃଆରୀ ୧୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ବାବଧାନରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣିରେ ବୁଗୁଡା ତହସିଲଦାର ତାପସ ରାଉତ, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡା ଓ ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୨୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥୁରୁ ୨୪ ଟି ଅଭିଯୋଗ ବ୍ୟକ୍ତିଗତ ଓ ୪ ଟି ଗୋଷ୍ଠୀଗତ ଅଭିଯୋଗ ଥିଲା I ଶିବିରରେ ତତ୍କାଳୀନ ୨୪ ଟି ଅଭିଯୋଗ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଡିପିଓ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ବିଏସଏସଓ, ଏବିଇଓ, ବିଭିଓ, ବାଘୁଆ ସହକାରୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧୂକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜନଶୁଣାଣି ଅଫିସର ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ବିରଞ୍ଚିପୁର ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।