
ଭଞ୍ଜନଗର ୧୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ବ୍ଲକ ସଭାଗୃହରେ ବରିଷ୍ଠ ନାଗରିକଙ୍କ ସ୍ଵରଚିତ କବିତା ପାଠ ସୋମବାର ଅନୁଷ୍ଠିତ ହୋଇଯାଇଛି ଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତି ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇଥିବା ବେଳେ ସହାୟକ ଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ ଓ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇଥିଲେ l କବିତା ପାଠୋତ୍ସବରେ ୨୦ ଜଣ ବରିଷ୍ଠ କବି ଯୋଗଦେଇ କବିତା ପାଠ କରିଥିଲେ l କାର୍ଯ୍ୟକ୍ରମକୁ ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ l କବିତା ପାଠୋତ୍ସବରେ ବିଭିନ୍ନ ବିଷୟ ଉପରେ କବିତା ପାଠ ସ୍ରୋତାମାନଙ୍କୁ ଆନନ୍ଦ ଓ ଖୁସି ଦେଇଥିଲା l ବିଚାରକଙ୍କ ବିଚାରରେ ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ ଓ ସୁରେଶ ଚନ୍ଦ୍ର ସ୍ୱାଇଁଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେତା କବି ମାନେ ଆସନ୍ତା ୨୦ ତାରିଖରେ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।ଶେଷରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।