
ଚୌଦ୍ୱାର(ଶିବବ୍ରତ ଦାସ) : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡର ଧୁମାବତୀ ବିହାର ବାସିନ୍ଦାମାନେ ଦିର୍ଘ ଦିନ ଧରି ରାସ୍ତା ଓ ଡ୍ରେନେଜ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କାରାଯାଇଛି । ସହରର ଏକ ସମ୍ଭ୍ରାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ଧୂମାବାତୀ ବିହାର ବାସିନ୍ଦା ରାସ୍ତା ଓ ଜାଲା ନିଷ୍କାସନ ଭଳି ମୌଳିକ ସୁବିଧାରୁ ବଞ୍ôଚତ ହୋଇଆସୁଛନ୍ତି। ବର୍ଷା ଜଳ ନିଷ୍କାସନ ପାଇଁ ଜାତୀୟ ରାଜପଥ ୫୫ ର ଚୌଦ୍ୱାର କଲେଜ ଓ କାରଗିଲ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ନିଷ୍କାସନ ପଥ ରାହିଥିଲା। ଜାତୀୟ ରାଜପଥର ସଂପ୍ରସାରଣ କର୍ଯ୍ୟ ବେଳେ ଠିକାଦାର ଉକ୍ତ ଦୁଇଟି ନିଷ୍କାସନ ପଥକୁ ବନ୍ଦ କରି ଦେବାରୁ ଗତ ତିନି ବର୍ଷ ହେଲା ଧୂମାବତୀ ବିହାରର ଶତାଧିକ ବାସିନ୍ଦା ଜଳବନ୍ଦୀର ଶିକାର ହେଉଛନ୍ତି । ବର୍ତ୍ତମାନ ମଧ୍ୟ ଅଂଚଳର ଅଧିକାଂଶ ରାସ୍ତା ଉପରେ ପାଣି ଜମି ରହିଛି। ଅଂଚଳ ବାସୀ ଏ ସମସ୍ୟା ସଂପର୍କରେ ବାରମ୍ବାର ସ୍ଥାନୀୟ ବିଧାୟକ,ରାଜନେତା ଓ ପୌର କତୃପକ୍ଷଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଉଦ୍ୟମ ନ କରିବାରୁ ଅଂଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ ଆଜି ଅଂଚଳ ବାସୀମାନଙ୍କ ପକ୍ଷରୁ ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଉଦ୍ଧ୍ୟେଶ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସମାସ୍ୟାର ସମାଧାନ ଆଗାମୀ ଏକ ମାସ ମଧ୍ୟରେ କରା ନ ଗଲେ ପୈାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ସତ୍ୟବ୍ରତ ଦାସ,ଅଜୟ ସାହୁ,କବିତା ମହାନ୍ତି,ସୁଷମା ବେଉରା,ଧରିତ୍ରୀ ଥାଟୋଇ,ସସ୍ମିତା କର,ମନରଞ୍ଜନ ଓଝା,ରାଜେନ୍ଦ୍ର କର,ବିକାଶ ଜେନା,ମୁରଲିଧର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତ।