ଗଞ୍ଜାମ ଜିଲ୍ଲାର ବାଲିପଦରକୁ ଏନ୍. ଏ. ସି ମାନ୍ଯତା ଦାବୀ

ବାଲିପଦର :୧୮/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ଯ ସରକାର ଆଜିର (ଏ.ଆଇ) ଯୁଗରେ ରାଜ୍ଯର ଭୌଗଳିକ ସ୍ଥିତିର ବିକାଶ ସହ ମାନବ ସମାଜକୁ ନୂଆ ଦିଶା ଯୋଗାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ତଳଦିନେ ରାଜ୍ଯରେ କେତେକ ବିଜ୍ଞାପିତ ଅଞ୍ଚଳ ଓ ମୁନିସିପାଲିଟି ନୂତନ ଭାବେ ଘୋଷଣା କରା ଯାଇଥିବା ବେଳେ ବୁଗୁଡ଼ା ବ୍ଳକ୍ ର ବାଲିପଦରକୁ ସ୍ଥାନିତ କରାଯାଇ ନଥିବାରୁ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ବାଲିପଦର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସମସ୍ତ ଯୋଗ୍ୟତା ରହିଛି। ପଚାଶ ଖଣ୍ଡ ଗ୍ରାମର ପେଣ୍ଠସ୍ଥଳ। ଐତିହ୍ୟ ସମ୍ପର୍ଣ୍ଣ ପ୍ରାଚୀନ ବାଲିପଦର ଜଙ୍କସନ୍ ଠାରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଯୋଗାଯୋଗର ବ୍ୟବସ୍ଥା ରହିଛି। ଏହା ଏକ ବ୍ଳକ୍ ହେବାପାଇଁ ସମସ୍ତ ଭିତ୍ତି ଭୂମି ରହିଥିବା ବେଳେ ତାହା ସରକାରୀ ଫାଇଲ୍ ତଳେ ପଡି ରହି ଯାଇଛି। ସଂପ୍ରତି ସରକାଙ୍କ ଗ୍ରାମାଞ୍ଚଳ ବିକାଶ ଯୋଜନାରେ ବାଲିପଦରକୁ ସହରୀକରଣ କରି ଏନ୍. ଏ. ସି ତାଲିକାରେ ସଂଯୋଗ କରିବା ପାଇଁ ବାଲିପଦର ଆଞ୍ଚଳର ଜନସାଧାରଣ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମାଜସେବୀ ଖଲିପରିଡା ବିଭିନ୍ନ ଗଣମାଧ୍ୟମ ଏବଂ ସରକାରୀ ଦପ୍ତରକୁ ଲେଖି ଜଣାଇଛନ୍ତି। ବିଭାଗୀୟ ଅଧିକାରୀ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅଞ୍ଚଳ ବାସି ଉପକୃତ ହୋଇ ପାରିବେ।