
ସୋରଡ଼ା ୨୦/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବଣ ରେ ମଲି ଫୁଲ ଫୁଟିଲେ ଯେମିତି ସମ୍ପୂର୍ଣ୍ଣ ଅଞ୍ଚଳ କୁ ସୁଗନ୍ଧିତ କରେ ସେହି ପରି ଯଦି କେହି ଦୃଢ ନିଷ୍ଟା ସହ ପ୍ରଚେଷ୍ଟା ରେ ଆଗକୁ ବଢେ ଓ ଉତ୍ତୀର୍ଣ୍ଣ କରେ କେବଳ ନିଜର ନୁହ ନିଜ ଅଞ୍ଚଳର ମଧ୍ୟ ନାମ କରନ୍ତି । ଏହି ଭଳି ଏକ ପ୍ରତିଭା ପୂର୍ଣ୍ଣ ବ୍ୟକ୍ତି ଯେ କି କମ ବୟସରେ ନିଜର ନାମ ସ୍ୱର୍ଣ୍ଣ ଅକ୍ଷରରେ ନିଜ ନାମ ଲେଖିଛନ୍ତି ।ଜାତୀୟ ସ୍ତରରେ ସୁନ୍ଦର୍ ସ୍ବାସ୍ଥ୍ୟ ପ୍ରତିଯୋଗିତା ସ୍ଵର୍ଣ୍ଣ ପଦକ ହାସଲ କରି । ଆସନ୍ତୁ ଦେଖିବା ସୋରଡ଼ା ଅଞ୍ଚଳର ଏହି ବ୍ୟକ୍ତିଙ୍କ କଥା ଯାହାକି ସାନୁ ର ସ୍ଵର୍ଣ୍ଣ ପଦକ ବିଜୟର ଗାଥା । ନିଜର ଅଦମ୍ୟ ପ୍ରଚେଷ୍ଟା ଓ ପିଲାଦିନରୁ କ୍ରୀଡା ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ରୁଚି ରଖି ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳୁ ହିଁ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟର ଏନ ସି ସି ପ୍ରଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କ ଅନୁପ୍ରାଣିତ ହୋଇ ଏନ ସି ସି ରେ ଭଲ ରେଙ୍କ ରଖି ଗ୍ରେଡ ଏ ରେ କୃତିତ୍ୱ ହାସଲ କରିଛନ୍ତି।ବର୍ତ୍ତମାନ ସୋରଡ଼ା ଋଷିକୂଲ୍ୟା ଡିଗ୍ରୀ କଲେଜରେ ଅଧ୍ୟୟନ କରୁଥିବା ସୋରଡ଼ା କୈବର୍ତ୍ତ ନଗର ନିବାସୀ ଅଜୟ ବେହେରାଙ୍କ ୧୯ ବର୍ଷୀୟ ପୁଅ ସାନୁ ବେହେରାଙ୍କ କଥା । ସାନୁର ରୁଚିକୁ ଦେଖି ଓ ପରିବାରର ଆର୍ଥିକ ଅନଗ୍ରସର ସହିତ ବାପାଙ୍କ ଦାଦନ ଦୁଃଖକୁ ଦେଖି ଜଣେ ନିକଟ ସମ୍ପର୍କୀୟ ଯେକି ମାଲଦୀପରେ ରହି ୨୦୧୯ ରୁ ନିରବଚ୍ଛିନ୍ନ ଭାବେ ବିନା ପାରିଶ୍ରମିକରେ ପ୍ରଶିକ୍ଷିତ କରାଉଥିବା ଆଶିଷ କୁମାର ବେହେରାଙ୍କ ସୁ ପ୍ରଶିକ୍ଷଣ ଦ୍ଵାରା ଗତ ଜାନୁଆରୀ ୧୮ ରେ ବାଲେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୫୫-୬୦ କିଲୋ ବର୍ଗର ୨ଟା ରୌପ୍ୟ ପଦକ ଆଣିଥିଲେ।ଏବଂ ଚଳିତ ମାସ ଏଗାର ତାରିଖ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୁଟ୍ରିସନ ଟ୍ରାନ୍ସଫର୍ମ କ୍ଲାସିକ ସଂସ୍ଥା ଦ୍ୱାରା ଆୟୋଜିତ ଝାଡ଼ଖଣ୍ଡ ଓ ବିହାର ଭଳି ବିଭିନ୍ନ ରାଜ୍ୟର ପ୍ରତିଯୋଗିଙ୍କ ସହିତ ଜାତୀୟ ସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୫୫-୬୦ ବର୍ଗରେ ସ୍ୱର୍ଣ୍ଣ ପଦକଆଣି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ନିରାପତ୍ତା ଓ ପ୍ରଶାସନିକ ସ୍ତରରେ କାର୍ଯ୍ୟ ପାଇଁ ଆଗ୍ରହୀ ରଖିଥିବା ସାନୁ ନିଜର ଅଭାବୀ ପରିବାରକୁ ପ୍ରତିଷ୍ଠିତ କରି ନିଜର ପରିଚୟ ଦେବା ନେଇ ଲକ୍ଷ ବେଳେ ଭବିଷ୍ୟତରେ ଜଣେ ଭଲ ନିରାପତ୍ତା ଅଧିକାରୀ ଭାବେ ପ୍ରତିଷ୍ଠିତ ହେବା ପାଇଁ ଲକ୍ଷ୍ୟ ରଖି ଅଞ୍ଚଳକୁ ସ୍ୱତନ୍ତ୍ର ପରିଚୟ ଦେବା କହିଛନ୍ତି ସାନୁ।