ଇତିଶ୍ରୀଙ୍କ ଆଗରେ ମୁଣ୍ଡ ନୁଆଇଁଲେ ଚୌଦ୍ୱାର ଜେଲ ଅଧିକ୍ଷକ; ଡିଆଇଜିଙ୍କ ପ୍ରତିଶ୍ରୁତି ପାଣିର ଗାର, ନଗଦ ଟଙ୍କା ଜେଲ ତହବିଲର ନା ଜେଲ ଅଧିକ୍ଷକଙ୍କ ବ୍ୟକ୍ତିଗତ?

ଚୌଦ୍ୱାର (ଶିବବ୍ରତ ଦାସ) : ଚୌଦ୍ୱାର ଜେଲରୁ କଏଦୀଙ୍କ ଗହଣା ଗାଏବ ହେବା ଘଟଣା ଏବେ ରୋଚକ ମୋଡ଼ ନେଇଛି । ଜେଲ ଅଧିକ୍ଷକ ସୁଜିତ ରାଉଳ ନିଜେ ଇତିଶ୍ରୀ ମହାନ୍ତି ଙ୍କୁ ଗାୟବ ସୁନା ଗହଣା ବାବଦକୁ ବର୍ତ୍ତମାନର ସୁନା ଦରରେ ଏକ ଲକ୍ଷ ନବେ ହଜାର ଟଙ୍କା ଦେଇଛନ୍ତି କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଜେଲ ଡିଆଇଜି ସାତ ଦିନ ମଧ୍ୟରେ ସୁନା ଫେରାଇବାର ପ୍ରତିଶୃତି କୁଆଡେ ଗଲା ଏବଂ ଜେଲ ଅଧିକ୍ଷକ ସୁଜିତ ରାଉଳ ଫେରାଇଥିବା ଟଙ୍କା ଜେଲ ତାହାବିଲରୁ ଗଲା ନା ଅଧିକ୍ଷକଙ୍କ ବ୍ୟକ୍ତିଗତ ଖାତାରୁ ପ୍ରଦାନ କଲେ। ସୂଚନା ଯୋଗ୍ୟ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁକ୍ଲେଶ୍ୱର ଗ୍ରାମର ଇତିଶ୍ରୀ ମହାନ୍ତି ବିଚାର ବିଭାଗୀୟ ହାଜତରେ ବନ୍ଦୀ ଥିବାବେଳେ ଜେଲ କର୍ତ୍ତୃପକ୍ଷ ତାଙ୍କ ଠାରୁ ନେଇଥିବା ସୁନା ଅଳଙ୍କାର ଗାଏବ ଘଟଣା କୁ ନେଇ ଇତିଶ୍ରୀ ଜେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏ ବିଷୟରେ ତାଙ୍କୁ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ନାମରେ ଏତଲା ଦେବାକୁ ପ୍ରବର୍ତ୍ତାଇବା ସହ ତାଙ୍କୁ କିଛି ଟଙ୍କା ଦେବାକୁ ପ୍ରଲୋଭନ ଦେଇଥିବା ଇତିଶ୍ରୀ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ନାମରେ ଏତଲା ଦେଇଥିଲେ। ପରେ ଜେଲ ଡିଆଇଜି ଅନୁସୂୟା ଜେନା ଇତିଶ୍ରୀଙ୍କୁ ଜେଲକୁ ଡକାଇ ତାଙ୍କର ବୟାନ ରେକର୍ଡ଼ କରିବା ସହ ତାଙ୍କୁ ୭ଦିନ ମଧ୍ୟରେ ଅଳଙ୍କାର ଫେରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଇତିଶ୍ରୀ ଜେଲକୁ ଆସିବା ସମୟରେ ସିସିଟିଭି କ୍ୟାମେରା ସମ୍ମୁଖରେ ତାଙ୍କ ଠାରୁ ସୁନା ଗହଣା ନିଆଯାଇଥିବାବେଳେ ଏବେ ଜେଲ ପକ୍ଷରୁ ଗୋଲ୍ଡ କୋଟେଡ଼ ଅଳଙ୍କାର କୁହାଯିବା ଜେଲ ସ୍ୱଚ୍ଛତା ନେଇ ସେତେବେଳେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଆଜି ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଟଙ୍କା ଫେରସ୍ତ ଦେବା ଗହଣା ଗାୟବ୍ ଓ ପୂର୍ବତନ ଜେଲରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ପଛରେ ହାତ ଥିବା ସ୍ପଷ୍ଟ ହେଉଛି ଅଞ୍ଚଳ ରେ ଚର୍ଚ୍ଚା ହେଉଛି।