ଚୌଦ୍ୱାର କଂଗ୍ରେସ ପକ୍ଷରୁ ସର୍ବଦଳୀୟ ସ୍ମୃତିସଭା ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର କଂଗ୍ରେସ ପକ୍ଷରୁ ହିନ୍ଦ ସେବକ ସଙ୍ଘଠାରେ ଦଳର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କାହ୍ନୁ ଚରଣ ଲେଙ୍କା ଙ୍କ ସ୍ମୃତିରେ ସର୍ବଦଳୀୟ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି l କଂଗ୍ରେସ ଯୁବ ନେତା ଶ୍ରୀ ରାଜୀବ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ସ୍ମୃତି ସଭା ଆୟୋଜିତ ହୋଇଥିଲା l ସ୍ବର୍ଗତଃ କାହ୍ନୁ ଚରଣ ଲେଙ୍କା ଟାଙ୍ଗୀ ଚୌଦ୍ୱାର ପ୍ରତି ଥିବା ଅବଦାନ ଓ ଦୂରଦର୍ଶି ଚିନ୍ତାଧାରା ବିଷୟରେ ବକ୍ତା ମାନେ ବକ୍ତବ୍ୟ ଦେଇଥିଲେ l
ଏଥି ସହିତ ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବା କାହ୍ନୁଚରଣ ୧୯୫୭ରେ କଂଗ୍ରେସରେ ସାମିଲ ହୋଇଥିଲେ। ୧୯୮୮ରୁ ୧୯୯୫୪ ପର୍ୟ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ଏହାସହ କେନ୍ଦ୍ର ସରକାରରେ ରେଳ ଓ କୃଷି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୫ ବିଧାନସଭା ନିର୍ବାଚନରେ ଚୌଦ୍ୱାରରୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜନୀତିରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ରହିଛି। ଏହି କାର୍ଯ୍ୟକ୍ରମରେ ହିନ୍ଦ ସେବକ ସଙ୍ଘର ସଭାପତି ଶ୍ରୀ ଦାମୋଦର ସାହୁ, ପୂର୍ବତନ ବିଧାୟକ ଶ୍ରୀ ଧର୍ମାନନ୍ଦ ବେହେରା,ବରିଷ୍ଠ କଂଗ୍ରେସ ନେତା ଶ୍ରୀ କେଶବ ଚନ୍ଦ୍ର ଦଳାଇ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡା, ପୌରାଧକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ନାରୀ ନେତ୍ରୀ ମୋନାଲିସା ଦାସ,ନୀଳିମା ତ୍ରିପାଠୀ, ସୁବାସ ଦଳାଇ, ବଳରାମ ସ୍ୱାଇଁ, ଓବିସି ମୋର୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଇ ଜ୍ଞାନେଦ୍ର ସ୍ୱାଇଁ,ଚୌଦ୍ୱାର ବିଜେପି ମଣ୍ଡଳ ସଭାପତି ମମତା ବେହେରା,ବିଜେପି ନେତା ପ୍ରକାଶ ବଡ଼ଜେନା,କିରଣବାଳା ନାୟକ, ସ୍ବର୍ଣ୍ଣଲତା ନାୟକ, ଦିବ୍ୟଜ୍ୟୋତି ପାଣି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସଭାରେ ଯୋଗ ଦେଇଥିଲେ l