ଆଗ୍ରାହାଟ ଠାରେ ଦୋଳ ମହୋତ୍ସବ ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ) ଚୌଦ୍ୱାର ସ୍ଥିତ ଆଗ୍ରାହାଟର ମାଳିକା ବର୍ଣ୍ଣିତ ଶ୍ରୀ ଉତ୍ତରେଶ୍ଵର ମନ୍ଦିର ଠାରେ ଦୋଳ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯେ ପ୍ରାୟ ଏକ ଶହ ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଦୋଳଯାତ୍ରା ଏହି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ ବୋଲି ସ୍ଥାନୀୟ ଅଂଚଳବାସୀ ଓ ବୁଦ୍ଧିଜୀବୀ ତଥା ଦୋଳ ଯାତ୍ରା କମିଟି ର ସଦସ୍ୟ ମାନେ ମତ ରଖିଛନ୍ତି l ଏହା ସହିତ
୪୪ ମଣ୍ଡଳ ର ବିଭାନ ଗୁଡିକ ରେ ଥିବା ଚଳନ୍ତି ପ୍ରତିମା ମାନ ଅଂଚଳ ର ସମସ୍ତ ଙ୍କ ଘରେ ଭୋଗ ଖାଇବା ସହିତ ବିଭିନ୍ନ ବାଜା, ବାଣ ରୋଷଣୀ ଆସି ପଡିଆ ସ୍ଥିତ ଚଞ୍ଚେରୀ ରେ ବିରାଜମାନ କରିଥାନ୍ତି l ସର୍ବ ଶେଷରେ ୪୪ ମଣ୍ଡଳ ରାଜଦୋଳ ସମିତି ଏକ ବୈଠକ ଅନୁଷ୍ଠିତ ହେବା ସହିତ ଠାକୁର ମାନଂକୁ ଛନ୍ଦା ଦିଆଯିବା ପରେ ଯାତ୍ରା ସମାପନ ହୋଇଥାଏ l ଏହି ଯାତ୍ରା ରେ ବିଭିନ୍ନ ପ୍ରକାର ର ଦୋକାନ ବଜାର ମାନ ବସିବା ସହିତ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଜନସମାଗମ ହୋଇଥାଏ l ଆଜିର ଏହି ବୈଠକ ରେ ୪୪ ମଣ୍ଡଳ ରାଜଦୋଳ ସମିତି ର ସଭାପତି ଶ୍ରୀ ଦୀପକ ମଙ୍ଗରାଜ, କୋଷାଧକ୍ଷ ନବ କିଶୋର ସାହୁ, ଶିବଶଙ୍କର ସାହୁ,ମୁକୁନ୍ଦଦେବ ବରାଳ,ସଂଜୀବ କୁମାର ପଣ୍ଡା ଙ୍କ ସମେତ ସମିତି ବହୁ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l