ବାଲିପଦର ସହରରେ ଶାନ୍ତିଶୃଙ୍ଖଳାରେ ଶେଷହେଲା ପବିତ୍ର ହୋଲି ଉତ୍ସବ l

ବାଲିପଦର ୦୬/୦୩ ( ବି. ପ୍ରକାଶ ଚନ୍ଦ୍ର ପାତ୍ର ) ଗତ ବୁଧବାର ଦିନ ବାଲିପଦର ଓ ଆଖପାଖ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ରେ ଶେଷ ହେଲା ହୋଲି ଉତ୍ସବ l ଏହି ଦିନ ପ୍ରଭାତରୁ ଉଠି ରଙ୍ଗରାସମୟ ପ୍ରଭୁ ବ୍ରଜବିହାରୀଙ୍କୁ ରଙ୍ଗ ଅର୍ପଣ କରି ପ୍ରତି ଗ୍ରାମର ସାହି ମାନଙ୍କରେ ବାଳକ ଓ ଯୁବକମାନେ ଗୋଷ୍ଠୀ ଗୋଷ୍ଠୀ ହୋଇ ପରସ୍ପର ପରସ୍ପରକୁ ବନ୍ଧୁତ୍ୱ ପୂର୍ଣ୍ଣ ଭାବେ ଭାଇଚାରା ମନୋଭାବରେ ଶାନ୍ତି ଶୃଙ୍ଖଳାର ସହ ପବିତ୍ର ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯୁବତୀମାନେ ସେମାନଙ୍କ ଘରକୁଘର ଯାଇ ପରସ୍ପରକୁ ପରସ୍ପର ଅବିର ଓ ନାନାପ୍ରକାର ରଙ୍ଗ ରଙ୍ଗୋଲିରେ ପିଚକାରୀ ଧରି ଖେଳରେ ମସଗୁଲ ଥିଲେ l ଏହି ହୋଲି ଉତ୍ସବକୁ ଦିବା ୧୨ଘଣ୍ଟା ପର୍ଯ୍ୟନ୍ତ ପାଳନ କରିଥିବା ଦେଖିବାକୁ ମିଳିଥିଲା l ଏହି ପବିତ୍ର ହୋଲି ଉତ୍ସବକୁ ବାଲିପଦର ଗ୍ରାମ ବାସୀ ମଧ୍ୟ ସାଙ୍ଗସାଥିଙ୍କ ଗହଣରେ ମଜା ନେଇଥିଲେ ହୋଲି ଉତ୍ସବ ଅବସରରେ କେତେକ ଫଗୁ, ରଙ୍ଗୋଲି ଦୋକାନ ଖୋଲା ରହିଥିବା ବେଳେ ଅନlନ୍ୟ ଦୋକାନ ସବୁ ବନ୍ଦ ରହିଥିଲା ଏବଂ ଯାତ୍ରୀବାହୀ ବସ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।