
କଳାହାଣ୍ଡି : 10/03 (ପର୍ଶୁରାମ ସିନ୍ଦୁର) ସାମ୍ବିଧାନିକ ପ୍ରକ୍ରିୟା ହିସାବରେ st sc ଚାକିରିଆ ମାନେ ସଂରକ୍ଷଣ ବ୍ଯତୀତ ସାଧାରଣ ବର୍ଗରେ ଜଦୀ ପ୍ରମୋଶନ ପାଇବା ଯୋଗ୍ୟତା ହାସଲ କରି ପାରିଲେ ସାଧାରଣ ବର୍ଗ ହିସାବରେ ମଧ୍ଯ ପ୍ରମୋଶନ ସୁବିଧା ପାଇବା ସାମ୍ବିଧାନିକ ବ୍ୟବସ୍ଥା ,, stsc ମାନେ କେବଳ ସଂରକ୍ଷଣ ହିସାବରେ ପ୍ରମୋଶନ ହେବେ ଯେତେ ସିନିୟର ହେଲେ ମଧ୍ୟ ସାଧାରଣ ବର୍ଗ ହିସାବରେ ପ୍ରମୋଶନ ହୋଇ ପାରିବେ ନାହିଁ ବୋଲି ବିରୋଧ କରି ସାଧାରଣ ବର୍ଗର ଚାକିରିଆ ମାନେ ଜାନୁଆରୀ 2025 ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ,,, 22 ଜାନୁଆରୀ 2026 ରେ ହାଇକୋର୍ଟ ରାୟ ଶୁଣାଇଛନ୍ତି ଯେ st sc ଚାକିରିଆ ମାନେ ସଂରକ୍ଷଣ ଭିତରେ ଏବଂ ଯୋଗ୍ୟତା ହୋଇଥିଲେ ସାଧାରଣ ବର୍ଗ ହିସାବରେ ମଧ୍ଯ ପ୍ରମୋଶନ ହୋଇ ପାରିବେ,,, stsc ଚାକିରିଆ ମାନଙ୍କ ସପକ୍ଷରେ ହାଇକୋର୍ଟ ରାୟ ଶୁଣାଇ ଦୁଇ ମାସ ହେବାକୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଚୁପ ରହିବାରୁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଆଜି କଳାହାଣ୍ଡି ଜିଲ୍ଲା ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଓ CDMO ଡକ୍ଟର ନିହାର ରଞ୍ଜନ ପଣ୍ଡା କୁ ଭେଟି ହାଇକୋର୍ଟର ନିର୍ଦ୍ଦେଶକୁ ମାନି ତୁରନ୍ତ ଓଡ଼ିଶା ସରକାରର 63 ଟି ବିଭାଗର ପ୍ରମୋଶନ କାର୍ଯ୍ୟ କରିବା ପାଇଁ ଦାବୀପତ୍ର ଦିଆଯାଇଛି,,,, ପନ୍ଦର ଦିନ ମଧ୍ଯରେ ଦାବୀ ପୁରୁଣ ନ ହେଲେ ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମହା ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି,,,ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆଦିବାସୀ ମହାସଂଘ ଟାଉନ ସଭାପତି ଧବଳେଶ୍ଵର ମାଝି, ଉପଦେଷ୍ଟା ଡମ୍ବୁରୁଧର ମାଝି, କେଶବ ମାଝି, ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି କେସିଙ୍ଗା କାର୍ଯ୍ୟକାରୀ ସଭାପତି ବିକ୍ରମ ହରପାଲ ଉପସଭାପତି ଡମ୍ବୁରୁଧର କରୁଆ,ଏହିଭଳି stsc ସମାଜର ଅନେକ କର୍ମକର୍ତ୍ତା