
ଚୌଦ୍ଵାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ସ୍ଥିତ ନେତାଜୀ ପାଠାଗାର ଗୃହରେ ରୋଟାରୀ କ୍ଲବ ଅଫ୍ କଟକ ପକ୍ଷରୁ ଏକ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଅଞ୍ଚଳ ର ବାଳିକା ଓ ମହିଳାମାନେ ସ୍ବାବଲମ୍ବୀ କରାଇବା ପାଇଁ ରୋଟାରୀ କ୍ଳବ୍ ର ଏକ ନିଆର ପ୍ରୟାସ । ଏହି କେନ୍ଦ୍ରକୁ ରୋଟାରୀୟାନ ଜୀବନ ପଟ୍ଟନାୟକ,ସମ୍ପାଦିକା ମନୋରମା ଜେନା,ପରେଶ ସାହୁ,ମୀନ ପଟ୍ଟନାୟକ,ସତ୍ୟଜିତ ଦାସ,ଶ୍ରୀନିବାସ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୁଜିବର ଆର୍ ସି ସି ସତ୍ୟଭାମା ମହାରଣା,ପୂର୍ଣ୍ଣିମା ମହାରଣା,ମହେଶ୍ୱର ସାହୁ,ମଧୁସୂଦନ ବିଶ୍ଵାଳ, ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହା ସହିତ ଶ୍ରାବଣ ବା ଲୋକମାନଙ୍କୁ କ୍ଳବ୍ ପକ୍ଷରୁ ଶ୍ରାବଣ ଯନ୍ତ୍ର ଯୋଗାଇ ଦିଆଯାଇଛି। ଶେଷ ରେ ସମସ୍ତ ସଦସ୍ୟମାନଙ୍କୁ ବାସୁଦେବ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।