ପାୱାର ଦେଖାଇଲା ଟାଟାପାୱାର – ୧୫ ବର୍ଷ ପୂର୍ବର ବକେୟା ଟଙ୍କା ଦାବି କରି ଗାଁ ସାରା ଗ୍ରାହକ ଙ୍କ ବିଦ୍ୟୁତ କାଟ

ଜଗନ୍ନାଥପ୍ରସାଦ – ୧୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଟାଟା ପାୱାର ର ମନମାନି । ମାନବିକତା ଭୁଲି ଆଦିବାସୀ ଗରିବ ହିତାଧିକାରୀ ଙ୍କୁ ଦେଖାଇଲା ନାଲିଆଖି ୧୫ ବର୍ଷର ପୁରୁଣା ବକେୟା ବିଲ ଦାବି କରି ଗାଁ ସାରା ଲୋକଙ୍କ ଲାଇନ କାଟ ହୋଇଛି । ଜଙ୍ଗଲ ଅଞ୍ଚଳ ଗାଁ ରେ ଅନ୍ଧାରରେ ଏକ ମାସ ହେଲା ଜୀବନ କାଟୁଛନ୍ତି ପୁଟଗଡ଼ିଆ ଗ୍ରାମବାସୀ ।
ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ର ଆଦିବାସୀ ଛୋଟିଆ ଗାଁ ପୁଟଗାଡ଼ିଆ ପ୍ରାୟ ୧୨ ପରିବାର ଏହି ଗାଁ ରେ ବାସ କରୁଛନ୍ତି । ଏବେ ସନ୍ଧ୍ୟା ହେଲେ ଚାରିଆଡେ କିଟିକିଟି ଅନ୍ଧାର , ମହମ ବତୀ କିମ୍ବା ଡିବିରି ଆଲୁଅ ରେ ବିତୁଛି ଜୀବନ । ଡିବିରି ଆଲୁଅ ର କ୍ଷୀଣ ଆଲୋକରେ ହେଉଛି ଖାଦ୍ୟ ପ୍ରସ୍ତୁତି, ପିଲାଙ୍କ ପାଠ ପଢା, ଭଳି ସମସ୍ତ କାମ । ଅସହ୍ୟ ଗରମ ଓ ପିଲାଙ୍କ ବାର୍ଷିକ ପରୀକ୍ଷା ସମୟରେ ବିଦ୍ୟୁତ କାଟ ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ।ଗତ ଏକ ମାସହେଲା ଟିପିଏସ ଓ ଡି ଏଲ ଏହି ଗାଁକୁ ବିଦ୍ୟୁତ ବିଛିନ୍ନ କରିଦେଇଛି । ଗତ ୧୫ ବର୍ଷ ପୂର୍ବେ ଏହି ଗାଁ କୁ ଦିନଦାୟଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା । ରେ ବିଦ୍ୟୁତ ଆସିଥିଲା । ମାସିକ ଅଳ୍ପ ଟଙ୍କା ବାନ୍ଧି ବିଦ୍ୟୁତ ବ୍ୟବହାର କରୁଥିଲେ । ଆରମ୍ଭରୁ କିଛି ଦିନ ମଧ୍ୟରେ ଟ୍ରାନ୍ସଫର୍ମର ଫେଲ ହୋଇଯିବାରୁ ଦୁଇବର୍ଷ ରୁ ଉର୍ଦ୍ଧ ସମୟ ଗ୍ରାମବାସୀ ବିଦ୍ୟୁତ ସେବା ରୁ ବଞ୍ଚିତ ହୋଇଥିଲେ । ସେହି ସମୟର ବିଦ୍ୟୁତ ବିଲ କୁ ସୁଧ ମିଶାଇ ଗୋଟିଏ ଗୋଟିଏ ବିଲ ରେ ଦଶ ହଜାରରୁ ଅଧିକ ଟଙ୍କା ଥିବା ବିଲ ଦେଇ ଲାଇନ କାଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୬ ପରିବାରର ବିଦ୍ୟୁତ ବିଛିନ୍ନ କରିଛି । ଗଙ୍ଗା ନାୟକ ୧୭,୪୧୪ ଟଙ୍କା, ବାଉରୀ ମଳିକ ୮୬୫୦ ଟଙ୍କା, ପାଣୁ ମଲ୍ଲିକ ୫୨୬୧ ଟଙ୍କା, ଦିବାକର ମଲ୍ଲିକ ୧୦,୭୯୪ ଟଙ୍କା , ସୂର୍ଯ୍ୟ ମଲ୍ଲିକ ୧୧,୯୩୩ ଟଙ୍କା ,ସହଦେଵ ମଲ୍ଲିକ ୬୦୭୫ ଟଙ୍କା ଏଭଳି ବକେୟା ଥିବା ବିଲ ପଠାଯାଇଛି । ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଲୋକ ମୂଲ ଲାଗିଲେ ପେଟକୁ ଦୁଇଓଳା ଦୁଇମୁଠା ଖାଆନ୍ତି । ଆଜିମଧ୍ୟ ଅନେକ ଆବାସ ଟିଏ ନପାଇ ଚାଳ କୁଡ଼ିଆ ଘରେ ବାସ କରୁଛନ୍ତି । ଏତେ ଟଙ୍କା ବକେୟା ଦେଖିବା ପରେ ସମସ୍ତେ ଚିନ୍ତାରେ । ଟିପିଏସ ଓଡିଏଲ ର ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରି ସରକାର ଗ୍ରାମବାସୀଙ୍କ ଦୁଃଖ ବୁଝନ୍ତୁ ବୋଲି ଦାବୀ କରିଛନ୍ତି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗୀୟ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।