ବଡନଦୀ ସଂଗମ ସ୍ଥଳରେ ବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ଶ୍ରଦ୍ଧାଳୁ

ଭଂଜନଗର –୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ପବିତ୍ର ବାରୁଣୀ ପର୍ବ ଅବସରରେ କୁଲାଡ ସ୍ଥିତ ତିନୋଟି ନଦୀର ସଙ୍ଗମ ସ୍ଥଳୀ, ବଡନଦୀ ରେ ବାରୁଣୀ ସ୍ନାନ ଆୟୋଜିତ ହୋଇଯାଇଛି । ଆଖପାଖ ଅଞ୍ଚଳର ସଂଖ୍ୟକ ଶ୍ରଦ୍ଧାଳୁ ଏଠାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ପିଣ୍ଡ ଦାନ କରିଥିଲେ । ସ୍ଥାନୀୟ ରାଇପଲ୍ଲୀ ଗାଁର ଠାକୁରାଣୀ, ମହାଦେବ ଏବଂ ରାଧାକୃଷ୍ଣଙ୍କୁ ବିମାନରେ ବିଜେ କରାଇ ନଗର ଭ୍ରମଣ କରିଥିଲେ ଗ୍ରାମବାସୀ । ପରେପରେ ବାରୁଣୀ ପୀଠରେ ସମସ୍ତ ଦେବାଦେବୀଙ୍କୁ ବିଜେ କରାଇ ପୂଜାର୍ଚ୍ଚନା କରିଥିଲେ । ଏହାସହ ବାରୁଣୀ ନଦୀପଠାରେ ଭଜନ- କୀର୍ତ୍ତନ ଆୟୋଜିତ ହୋଇଥିଲା ।