ଚୈତ୍ର ମଙ୍ଗଳବାର ରେ ଚଳଚଞ୍ଚଳ ହେଲା, କୁଲାଡ ବାଗଦେବୀ ଶକ୍ତିପୀଠ

ଭଂଜନଗର –୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଂଜାମ ଜିଲ୍ଲାର ଅନନ୍ୟ ଶକ୍ତିପୀଠ କୁଲାଡ ସ୍ଥିତ ମା’ ବାଗଦେବୀଙ୍କ ପୀଠରେ ଚୈତ୍ର ପର୍ବ ଆୟୋଜିତ ହୋଇଯାଇଛି । ଦ୍ବିତୀୟ ମଙ୍ଗଳବାର ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏହାସହ ଘରର ସନ୍ତାନ ମାନଙ୍କର ମୁଣ୍ଡନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାଗଦେବୀ ଯୁବକ ସଂଘ ପକ୍ଷରୁ, ଭକ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିଲା ।