ଭଞ୍ଜନଗରରେ ବିଶ୍ଵ ଖାଊଟି ଦିବସ ପାଳିତ

ଭଞ୍ଜନଗର: ୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବିଶ୍ଵ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ଭଞ୍ଜନଗର କାରଗିଲା ଭବନ ଠାରେ ଗ୍ରାହକ ଦିବସକୁ ସଭାପତିତ୍ଵ ଏମକେ ସ୍ଵାଇଁ କରିଥିଲେ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଖାଉଟି ସୁରକ୍ଷା ଆଇନ,ସମସ୍ତ ସରକାରୀ ଓ ଘରୋଇ ବ୍ୟବସାୟ ଅନୁଷ୍ଠାନରେ ଗୁଡିକରେ ଖାଉଟିଙ୍କ ଅଧିକାର ଓ କର୍ତ୍ତବ୍ୟ ଓଡିଆ ଭାଷାରେ ଲେଖିବା ଉପରେ ଗୁରୁତ୍ଵ ଦେଇଥିଲେ ଓ ସମ୍ମାନୀୟ ଅତିଥି ଭାବେ ଯୋଗାଣ ବିଭାଗର ଅଧିକାରୀ ଶ୍ରୀମତୀ ସୁଭଶ୍ରୀ ଜେନା ଯୋଗଦେଇ ବର୍ତମାନ ଉପୁଜିଥିବା ଗ୍ୟାସ ଓ ପେଟ୍ରୋଲ ଅଭାବ ନଥିବା କହିଥିଲେ, ବର୍ତମାନ ସରକାର ଗ୍ରାମାଅଞ୍ଚଳ ଖାଉଟିଙ୍କୁ ୪୫ ଦିନ ଓ ସହରାଞ୍ଚଳ ଖାଉଟିଙ୍କୁ ୨୫ ଦିନରେ ଗ୍ୟାସ ବୂକିଙ୍ଗ ମିଳିବା ଶୁଭିଧା ଅଛି, ସରବର ଠିକଅଛି ,ଯଦି କାହାପାଖରେ ଏକାଧିକ ସିଲେଣ୍ଡର ଥିବା ବା ଖୋଲା ବଜାର ବିକ୍ରିୟ କରୁଥିବା ସୂଚନା ପ୍ରଶାସନଙ୍କୁ ତୁରନ୍ତ ଜଣାଇବାକୁ ଗ୍ରIହକଙ୍କୁ ଅନୁରୋଧ କରିଥିଲେ I ଭଞ୍ଜନଗର ଇଣ୍ଡାନ ଗ୍ୟାସ ଜାଣି ଶୁଣି ସଭା ନଆସିବା ସମସ୍ତ ଖାଉଟି ଅଭିଯୋଗ କରିଥିଲେ , ଯୁଦ୍ଧ ବାହନରେ ଗ୍ୟାସ ବିତରକ ଓ ପେଟ୍ରୋଲ ପମ୍ପ ମାନେ ଖାଉଟିମାନଙ୍କୁ ଦିବାରାତି ଲୁଟୁଛନ୍ତି ବୋଲି ଖାଉଟି ସଂଘ ଗୁଡିକ ମଞ୍ଚରେ ଅଭିଯୋଗ କରିଛନ୍ତି ଓ ବିତରକ ମାନେ ଡାକବାଜି ଯନ୍ତ୍ର ଜରିଆରେ ଗ୍ରାମଅଞ୍ଚଳରେ ପ୍ରଚାରପ୍ରସାର କରାଯାଇ ଥାନ୍ତା ଗ୍ୟାସ ଡିପୋ ଦୋକାନରେ ଅଯଥାରେ ଭିଡ ହୋଇ ନଥାନ୍ତା କି ନିରୀହ ଖାଉଟି ହନ୍ତସତ ହେବାକୁ ପଡିନଥାନ୍ତା ବୋଲି ଗ୍ରାହକ ମାନେ ଅଭିଯୋଗ କରିଥିଲେ I ଘୁମୁସର ଉପଖଣ୍ଡରେ ତିନିଗୋଟି କମ୍ପାନୀ ଆଇଓସିଏଲ,ବିପିସିଏଲ ଓ ଆଇଓସିଏଲ ତରଫରୁ କାର୍ଯ୍ୟରତ ଭଞ୍ଜନଗରରେ ୪ଗୋଟି, ଆସିକାରେ ୩ଗୋଟି , ବେଲଗୁଣ୍ଠIରେ ୨ଗୋଟି ବୁଗୁଡାରେ ୩ ଗୋଟି ଧରାକୋଟରେ ୨ଗୋଟି, ଜଗଗନାଥ ପ୍ରସାଦ ରେ ୩ ଗୋଟି, ସୁରଡାରେ ୪ ଗୋଟି ଓ ଶେରଗଡରେ ୧ଗୋଟି ବ୍ଲକ ମାନଙ୍କରେ ୨୨ବିତରକ ସଂସ୍ଥାକୁ ଗ୍ୟାସ ପ୍ରଦାନ କରିବା ନିମିତ ସ୍ବୀକୃତି ମିଳିଅଛି କିନ୍ତୁ ସେମାନଙ୍କ ଯୋଗଯୋଗ ନମ୍ବର ନ ଲାଗିବା,ୱ୍ହାଟତ୍ସଆପ ଉତର ନମିଳିବା, ଘରୋଇ ଖାଉଟିଙ୍କୁ ନିୟମନୁସାରେ ଗ୍ୟାସ ନମିଳିବା, ବାହାର ହୋଟେଲ ଓ ବ୍ୟବସାୟଙ୍କ ପାଖରେ ଘରୋଇ ସିଲ୍କେଣ୍ଡର ୧୫୦୦ଟଙ୍କାରେ ମିଳିବା ଓ ବିତରକ ଡିଲର ପାଖରେ ଲମ୍ବା ଧାଡି ରହି ନିରାଶ ହେବା,ବିତରକ ମାନେ ମାଲାମାଲ ହେବା ସହ, ଖାଉଟି ଅଧିକାର ଆଇନ ସମ୍ପୂର୍ଣ ବିଫଳ ହୋଇଅଛି ଓ ଉପଜିଲ୍ଲାପାଳ ଚିଠା ନମ୍ବର୧୦୨୫୧ ତାରିଖ ନଭେମ୍ବର ୧୧ରେ ଆଦେଶ କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ ମାନେ ତାଙ୍କଟାଙ୍କିରେ ମାଗଣା ଏୟାର, ଶୁଦ୍ଧଜଳ, ମାପ ଓଜନ ପାଇଁ ଓ ଶୁଦ୍ଧ ନିରୂପଣ ସାମଗ୍ରୀ, ଦର ତାଲିକା, ଡିଜିଟାଲରେ ପେମେନ୍ଟ ସୁବିଧା,ଫାଷ୍ଟଏଡ଼ି, ଓଡିଆ ଭାଷାରେ ଖାଉଟି ଫଳକ ପ୍ରଦର୍ଶନ ଓ ନୋଡାଲ, ବିତରକ ଓ ଜରୁରୀକାଳୀନ ସେବକାରୀଙ୍କ ଯୋଗାଯୋଗ ନମ୍ବର, ଅଭିଯୋଗ ପୁସ୍ତିକା ଯୋଗାଇବା କଥା ଯାହାକୁ ଅଞ୍ଚଳର ପେଟ୍ରୋଲପମ୍ପ ମାଲିକ ମାନେ ଆଦେଶ ଆଜି ସୁଧା ମାନି ନାହାନ୍ତି ଏଣୁ ପ୍ରଶାସନ ଅବିଳମ୍ବେ କାର୍ଯ୍ୟ କରିବା ପାଇଁ ଖାଉଟି ଅଭିଯୋଗ କରି ଥିଲେ I ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା ଓ ଗ୍ରାହକ ପଂଚାୟତର ସଭାପତି ତ୍ରିନାଥ ଗୌଡ ଧନ୍ୟବାଦ ଦେଇଥିଲେ I