ମାଆ ପେଟରେ ଟ୍ୟୁମର, ପୁଅ ବିକଳାଙ୍ଗ:ଅର୍ଥ ସାଜିଛି ବାଧକ

ବୁଗୁଡ଼ା,୧୮/୦୩(ସୋରେନ କୁମାର ପ୍ରଧାନ)ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ଅଧିନସ୍ଥ ଠଣାପଲ୍ଲୀ ଗ୍ରାମର କୁନ୍ତୀ ପ୍ରଧାନ( ୫୧) ଦୀର୍ଘ ୧୨ ବର୍ଷ ପୂର୍ବେ କୁନ୍ତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ବୁଗୁଡ଼ା ମେଡ଼ିକାଲକୁ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ନ କମିବାରୁ ସେ ବ୍ରହ୍ମପୁର ମେଡ଼ିକାଲ ଯାଇ ସେଠାରେ ଚିକିତ୍ସିତ ହୋଇ ଜାଣିବାକୁ ପାଇଲେ ତାଙ୍କ ପେଟରେ ମାଂସ ପିଣ୍ଡୁଳା ବା ଟ୍ୟୁମର ହୋଇଛି। ଅପରସେନ୍ ପାଇଁ ରକ୍ତ ଏବଂ ଅର୍ଥର ଅଭାବ ହେତୁ ସେ ଗାଁ କୁ ଫେରି ଆସିଥିଲେ। ସେବେଠାରୁ ତାଙ୍କର ପେଟରେ ଟ୍ୟୁମର ବଢ଼ିବାରେ ଲାଗିଛି।ଯାହାଦ୍ଵାରା କି ପେଟ ଟି ଅତ୍ୟଧିକ ଫୁଲିଥିବା କାରଣରୁ ସେ କୌଣସି କାମ ଧନ୍ଦା କରି ପାରୁନାହାନ୍ତି ଏବଂ ଦିନେ ଖାଇଲେ ଦୁଇ ଦିନ ଉପବାସ ରହିଥାନ୍ତି।ଦୁଃଖ ସେତିକିରେ ସରିନି କୁନ୍ତୀଙ୍କ ଏକ ମାତ୍ର ପୁତ୍ର ରାଘବ ପ୍ରଧାନ (୧୬)ଜନ୍ମରୁ ସବୁ ଠିକ୍ ଥିଲା କିନ୍ତୁ ସେ ବି ବର୍ତ୍ତମାନ କୌଣସି ଅଜଣା ରୋଗରେ ଶିକାର ହୋଇ ସଂପୂର୍ଣ୍ଣ ବିକଳାଙ୍ଗ।ଦୁଇ ଗୋଡ଼, ଦୁଇ ହାତ ମଧ୍ୟ ସରୁ ହୋଇଗଲାଣି, ନା’ ଚାଲି ପାରୁଛି ନା’ ବସି ବି ପାରୁଛି ଖୁଆଇଲେ ଖାଉଛି, ନିଜେ ବି ଶୋଇ ପାରୁନି,ସରକାରୀ ସୁବିଧା କହିଲେ ମାସିକ ଏକ ହଜାର ଟଙ୍କା ସାଙ୍ଗକୁ ପାଞ୍ଚ କିଲୋ ଚାଉଳ।ମା ଓ ପୁଅ ଦୁହେଁ ଲୋତକ ଭରା କଣ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସରକାରଙ୍କୁ ଗୁହାରୀ କରିଛନ୍ତି କି ଯଦି ସରକାର ମା’ ଓ ପୁଅ ଉଭୟଙ୍କୁ ଉନ୍ନତ ମାନର ଚିକିତ୍ସା କରାଇ ଭଲ କରି ଦିଅନ୍ତେ ତାହା ହେଲେ ସେ ଭଲ ହେବା ସହିତ ପୁଅ ମଣିଷ ପରି ମଣିଷଟିଏ ହୋଇପାରନ୍ତା।ଠଣାପଲ୍ଲୀ ର ସମସ୍ତ ଗ୍ରାମବାସୀ ସରକାର ଙ୍କୁ ଗୁହାରୀ କରିବା ସହିତ ଯଦି କେହି ବଦାନ୍ୟ ବ୍ୟକ୍ତି ଏହି ଗରୀବ ନିସହାୟ ମା ଓ ପୁଅଙ୍କ ସାହାଯ୍ୟର ହାତ ବଢ଼ାଇ ସାହାଯ୍ୟ କରନ୍ତି ତେବେ ପୁଣି ଏମାନଙ୍କ ମୁହଁରେ ହସ ଫେରି ପାରନ୍ତା ।