
ସୋରଡ଼ା ୧୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ଗୁରୁତର । ଗୁରୁତର ମାନେ ହେଲେ ଡାବିକି ଗ୍ରାମର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ଢେପାପଲ୍ଲୀ ଗ୍ରାମର ଶିକୁନ ପ୍ରଧାନ । ସୂଚନା ମୁତାବକ ରମେଶ ସୋରଡା ରୁ ବାଇକ୍ ଯୋଗେ ନିଜଗ୍ରାମ ଡାବିକି ଅଭିମୁଖେ ଯାଉଥିବା ବେଳେ ପାଟପଲ୍ଲୀ ଛକ ଠାରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତଗତି ଆସି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ୧୦୮ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ଦିଆଯାଇ ଥିଲା । ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ସିକୁନ ପ୍ରଧାନ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ୧୦୮ ଯୋଗେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।