ଜଙ୍ଗଲ ନିଆଁକୁ ରୋକିବା ପାଇଁ କଣ୍ଟେଇପଲ୍ଲୀରୁ ଭଂଜନଗର – ସାଇକେଲ ରାଲି

ଭଂଜନଗର -୧୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜଙ୍ଗଲ ନିଆଁକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲ ରାଲି । ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ପକ୍ଷରୁ ଏହି ଆୟୋଜନ ହୋଇଥିଲା । କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତିର ସଭାପତି ଶରତ ଚନ୍ଦ୍ର ସ୍ବାଇଁ ଙ୍କ ନେତୃତ୍ୱରେ ସମିତିର ବହୁ ସଂଖ୍ୟକ ସଦସ୍ୟ, ସ୍ବେଛାସେବୀ, ଛାତ୍ର ଏବଂ ବନ କର୍ମଚାରୀ ମାନେ କଣ୍ଟେଇପଲ୍ଲୀରୁ ଭଂଜନଗର ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ରେ ବାହାରିଥିଲେ । ଉତ୍ତର ଘୁମୁସର ବନଖଣ୍ଡର ଏସିଏଫ୍ଓ ବିବେକ ଦାସ ଏବଂ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ପତାକା ଦେଖାଇ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ଶ୍ଳୋଗାନ୍ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ, ଜଙ୍ଗଲ ସୁରକ୍ଷା , ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ମୁକ୍ତ କରିବାକୁ, ଲୋକଙ୍କୁ ସଚେତନ କରାଇଥିଲେ । ପରେ ଭଂଜନଗର ସ୍ଥିତ ଲାଲସିଙ୍ଗି ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ପହଞ୍ଚିଥିଲେ । ସେଠାରେ ବୈଠକ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ଓ ବିବେକ ଦାସ, ବିମଳ ପ୍ରଧାନ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ଅବସର ପ୍ରାପ୍ତ ବନ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ଶୁରେଶ ଚନ୍ଦ୍ର ସ୍ବାଇଁ, ରମେଶ ଚନ୍ଦ୍ର ପାତ୍ର, ସମସ୍ତ ବନପାଳ, ବନରକ୍ଷୀ, କର୍ମଚାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।