ମୁଜାଗଡରେ ବନାଗ୍ନି ପ୍ରଶମନ ସଚେତନତା

ଭଞ୍ଜନଗର ୧୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳ ତରଫରୁ ମୁଜାଗଡ ସେକ୍ସନ କାର୍ଯ୍ୟାଳୟ ଠାରେ ବନାଗ୍ନି ପ୍ରଶମନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଜାଗଡ ବନାଞ୍ଚଳ ଅଧୀନରେ ଥିବା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଯୋଗ ଦେଇଥିଲେ।ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ସହ – ବନ ସଂରକ୍ଷକ ବିବେକ ଦାସ, ପୂର୍ବତନ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ,କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ,ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,ପୁର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ,
ବନ୍ୟପ୍ରାଣୀ ତତ୍ବାବଧାରକ ଶୁରେଷ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ଆହ୍ବାନ ଦେଇଥିଲେ।

ସବୁଜ ବନାନୀରୁ ହିଁ ସୁସ୍ଥ ପରିବେଶ ମିଳିଥାଏ। ଏହାକୁ ନଷ୍ଟ କଲେ ଜୀବ ଜଗତ ତଥା ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିବ। ପ୍ରକୃତିର ଗନ୍ତାଘର ଜଙ୍ଗଲ ସମ୍ପଦ ଉପରେ ଭରସା କରି କାହିଁ କେଉଁ ଆବାହନ କାଳରୁ ଲକ୍ଷ ଲକ୍ଷ ବନବାସୀ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି । ଜଙ୍ଗଲରେ ଅଗ୍ନି ସଂଯୋଗ ଦ୍ବାରା ଜଙ୍ଗଲ ସମ୍ପଦ ନଷ୍ଟ ହେଉଥିବାରୁ ଜଙ୍ଗଲ ଜୀବନ, ଔଷଧୀୟ ବୃକ୍ଷ ଓ ବନ୍ୟା ଜନ୍ତୁ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଅତିଥିଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।