ଅଜଣା ଗାଡି ଧକ୍କାରେ ବାଛୁରୀ ଆହତ; ଉଦ୍ଧାର କରି ଚିକିତ୍ସା କଲା ବିପଦରବନ୍ଧୁ

ଭଞ୍ଜନଗର ୨୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ମୁଖ୍ୟ ରାସ୍ତା କଡରେ ବୁଲୁଥିବା ସାନ ବାଛୁରୀ କୁ ଏକ ଅଜଣା ଗାଡି ଧକା ଦେଇ ଚାଲିଗଲା ଯାହା ଫଳରେ ବାଛୁରୀଟିର ଗୋଡ଼ର ଖୁରା ଟି ଛିଣ୍ଡି ଯାଇଥିଲା। ବହୁତ ରକ୍ତ ବୋହିଥିଲା ବାଛୁରୀଟି ବହୁତ ଯନ୍ତ୍ରଣା ଭୋଗୁଥିବା ଦେଖି ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ସଦସ୍ୟ ମାନେ ଉକ୍ତ ସ୍ଥାନରେ ପହଁଞ୍ଚି ଯଥା ସମ୍ଭବ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ଔଷଧ ଲଗାଇ ବେଣ୍ଡିଜ କରିଥିଲେ। ବର୍ତମାନ ବାଛୁରି ଟି ସୁସ୍ଥ ଅଛି।