
ଭଞ୍ଜନଗର : ୨୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ୧୭୬୦ ମସିହା ଠାରୁ କୃଷ୍ଣ ଭଞ୍ଜଙ୍କ ଦ୍ୱାରା ସ୍ଥାପିତ ପ୍ରାଣ ପ୍ରତିଷ୍ଠିତ ଶ୍ରୀ ନାରାୟଣ ସ୍ୱାମୀ ମନ୍ଦିର। ଯାହାକି ଭଞ୍ଜନଗର ବ୍ଲକ ଗୋଲାପଡା ଗ୍ରାମପଞ୍ଚାୟତ ନାରାୟଣ ପାଟଣା ଗ୍ରାମଠାରେ ଅବସ୍ଥାପିତ ହୋଇରହିଛି। ବକୁଳ ଭୂଷଣ ଆଚରିଆର ନିଜେ ଠାକୁର ଙ୍କୁ ପ୍ରାଣଦେଇ ଉକ୍ତ ମନ୍ଦିରରେ ହିଁ ପ୍ରାଣ ତ୍ୟାଗ କରିଥିଲେ ତେଣୁ ପ୍ରଣାପ୍ରତିଷ୍ଠ ଠାକୁର ବୋଲି କୁହା ଯାଏ। ବର୍ତମାନ ମନ୍ଦିର ପ୍ରାଙ୍ଗଣରେ ୧୨ଟି ଠାକୁର ପୂଜା ପାଆନ୍ତି ଯଥା ନାରାୟଣ ସ୍ୱାମୀ,ରଘୁନାଥ ସ୍ୱାମି,ରାଧା କୃଷ୍ଣ,ମହାଦେବ,ହନୁମାନ,ଶ୍ରୀଧର,ନୃସିଂହ ନାଥ,ବହୁ ଦିଶା ଠାକୁର ପୂଜା ପାଇଥାନ୍ତି। ମନ୍ଦିରର ସମ୍ପୂର୍ଣ ପରିଚାଳନା ଦେବୋତ୍ତର ବିଭାଗ ହାତରେ ରହିଥିବା ବେଳେ ବର୍ତମାନ ମନ୍ଦରର ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି। କିନ୍ତୁ ପୂର୍ବରୁ ଦେଵତ୍ତୋର ବିଭାଗ ପକ୍ଷରୁ ଯେଉଁ ଆର୍ଥିକ ରାଶି ପ୍ରଦାନ କରାଯାଉଥିଲା ତାହା ବର୍ତମାନ ସମୁଦ୍ରକୁ ଶଙ୍ଖେ ଭଳି ପ୍ରତୀତ ହେଉଅଛି। ଯାହା ଫଳରେ ମନ୍ଦିରର କିଛି ଠାକୁର ଙ୍କ ଭୋଗ ଏବଂ ସମସ୍ତ ରୀତିନୀତି ବନ୍ଦ ହେବାକୁ ବସିଲାଣି। ଏଥିନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତହସିଲଦାର ଶ୍ରୀମତୀ ଅଭିପ୍ସା ପଟନାୟକ ଙ୍କ ଅଧକ୍ଷତା ରେ ତହସିଲଦାର କାର୍ଯାଳୟ ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ କମିଟି ସଦସ୍ୟ ମାନେ ମନ୍ଦିର ବିଭିନ୍ନ ସମସ୍ୟା ଗୁଡିକ ପ୍ରାଞ୍ଜ୍ୱଳ ଭାବେ ଉପସ୍ଥାପନା କରିଥିଲେ। ସମସ୍ତ ଲିଖିତ ତଥ୍ୟ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରି ମନ୍ଦିରର ସୁପରିଚାଳନା ପାଇଁ ଦେବୋତ୍ତୋର ବିଭାଗ ପକ୍ଷରୁ ଯଥା ସମ୍ଭବ ଆର୍ଥିକ ଏବଂ ସମ୍ରାଗିକ ସହାୟତା ପ୍ରଦାନକରାଯିବ ବୋଲି ଶ୍ରୀମତୀ ପଟନାୟକ ପ୍ରତିଶୃତି ଦେଇଛନ୍ତି। ଏଥି ସହ ଠାକୁର ଙ୍କ ନାମରେ ରହିଥିବା ଅଧିଗ୍ରହଣ ଜମିଗୁଡିକ ଚୟନ କରି ଖଜଣା ଆଦାୟ କରିବା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ବୈଠକ ରେ ଆଲୋଚନା ହୋଇଥିଲା। ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ମଧ୍ୟ ବୈଠକ ରେ ଉପସ୍ଥିତ ରହିଥିଲେ।