
ସୋରଡ଼ା ୨୧/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡ଼ି ଗାଁ ନିକଟରେ କାର ପିକପଭ୍ୟାନ୍ ମୁହାମୁହିଁ ଧକ୍କା ତିନି ଗୁରୁତର ଦୁଇ ଆହତ।ସୂଚନା ମୁତାବକ ପିକପଭ୍ୟାନ୍ ଟି ବାଲିଗୁଡ଼ା ରୁ ହିଞ୍ଜିଳିକାଟୁ ଫେରୁଥିବା ବେଳେ କାର ଟି ବିଦ୍ୟୁତ ସାମଗ୍ରୀ ଧରି ବ୍ରହ୍ମପୁର ରୁ ସୋରଡ଼ା ଅଭିମୁଖେ ଆସୁଥିଲା ତେବେ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଛି । ଏହି ଦୃଘଟଣା ରେ ତିନିଜଣ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି।ତେବେ ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ୍ ପହଞ୍ଚିବା ସହ ଗୁରୁତର ଓ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡ଼ିକାଲ ରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାର କେଶବ ଚନ୍ଦ୍ର ସାବତ, ସତ୍ୟଜିତ ସାବତ, ଶ୍ରୀଧର ମହାରଣା ଙ୍କୁ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଥିବା ବେଳେ ଶ୍ରୀକାନ୍ତ ଚୌଧରୀ ଓ ଦାମୋଦର ପାଣିଗ୍ରାହି ସ୍ଵାସ୍ଥ୍ୟଅବସ୍ଥା ଭଲ ଥିବା ଜଣାପଡ଼ିଛି ତେବେ ଘଟଣା ସ୍ଥଳରେ ପୋଲିସ ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।