
ଚୌଦ୍ୱାର(ଶିବବ୍ରତ ଦାସ ): ଚୌଦ୍ଵାର ପୌରପାଳିକା କନଫରେନ୍ସ ହଲ ଠାରେ ଜନଗଣନା ୨୦୨୭ ତାଲିମ୍ ଶିବିର ର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଜନଗଣନା ଚାର୍ଜ ଅଧିକାରୀ ତଥା ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କ ନେତୃତ୍ଵରେ ୯୮ ଜଣ ଜନଗଣନା କାରୀ ଓ ୧୭ ଜଣ ପର୍ଯ୍ୟବେକ୍ଷକ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଗୃହ ତାଲିକାକରଣ ପରିଚାଳନା ଓ ଗୃହ ଜନଗଣନା ପାଇଁ ୯ ଦିନ ଧରି ତିନୋଟି ପର୍ଯ୍ୟାୟ ରେ ଏହି ତାଲିମ ଶିବିର ମାର୍ଚ୍ଚ ୨୩ ରୁ ଅପ୍ରେଲ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ତାଲିମ ଶିବିରରେ ସହକାରୀ ଯନ୍ତ୍ରୀ ପତିତପାବନ ପଟ୍ଟନାୟକ,ଚୌଦ୍ଵାର ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ ପ୍ରଦୀପ ବିହାରୀ ଓ ଅର୍ଥନୀତି ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥଲେ ।