ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନର୍ସ ଭେଳିଡେସନ ଆକ୍ଟ ବିରୁଦ୍ଧରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର :-୨୫/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘ, ଭଞ୍ଜନଗର ତରଫରୁ ଲୋକସଭାରେ ପାରିତ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ସମ୍ପୂର୍ଣ୍ଣ ବିରୁଦ୍ଧ କରି ଜାତୀୟ ପେନସନର୍ସ ଫେଡେରେସନ ଓ ରାଜ୍ୟ ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନୀରବ ଶୋଭାଯାତ୍ରା, ଗଣଧାରଣା ସହ କଳା ବେଜ ପିନ୍ଧି ଉପଜିଲ୍ଲାପାଳ, ଭଞ୍ଜନଗରଙ୍କୁ ପ୍ରଦାନ କରାଯାଇଛି l ଏଥିସହ ଆଜିର ଦିବସକୁ “କଳା ଦିବସ”ଭାବେ ପାଳନ କରାଯାଇଛି l ଆଜିର ଶୋଭାଯାତ୍ରା ସଂଘ ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ଉପସଭାପତି ପର୍ଶୁରାମ ସ୍ୱାଇଁ, ଜଗବନ୍ଧୁ ଜେନା, ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ କୁମାର ଜେନା, ଶୁଳପାଣି ଶତପଥୀ, କୃତ୍ତିବାସ ବିଶ୍ୱାଳ, ଶିବରାମ ପଣ୍ଡା, ଡ. ପୂର୍ଣଚନ୍ଦ୍ର ତ୍ରିପାଠୀ, ଅମର ବିଳାସ ବେହେରା, ରାଜକୁମାର ସାହୁ, ରିତାରାଣୀ ମହାପାତ୍ର, ସୂର୍ଯ୍ୟମଣୀ ବେହେରା, ସୁକାନ୍ତି ପ୍ରଧାନ, ବାସନ୍ତୀ ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ଗୌଡ଼, କବିରାଜ ପୋଲେଇ, ବୃନ୍ଦାବନ ନାୟକଙ୍କ ନେତୃତ୍ୱରେ ଦୁଇଶହରୁ ଉର୍ଧ୍ଵ ସେବାନିବୃତ୍ତ କର୍ମଚାରୀ ବିଭିନ୍ନ ଦାବୀ ସମ୍ବଳିତ ପତ୍ର ପାଠ ପରେ ସର୍ବ ସମ୍ମୁଖରେ ଏହାକୁ ଦାହ କରାଯାଇଥିଲା l ଏହି ପେନସନ ମlରଣ ନୀତିକୁ ଘୋର ନିନ୍ଦା କରlଯାଇଥିଲା l ଶୋଭାଯାତ୍ରା ଜୀବନବିମା କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଛକ, ମେଡିକାଲ, ଷ୍ଟେଟ ବ୍ୟାଙ୍କ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସରକାର ନେବାକୁ ଯାଉଥିବା ଭେଲିଡେସନ ଆକ୍ଟ ୨୦୨୫କୁ ସମ୍ପୂର୍ଣ୍ଣ ବିରୋଧ କରlଯାଇଥିଲା l