
ଚୌଦ୍ୱାର (ଶିବବ୍ରତ ଦାସ )ଚଳିତ ରାଜ୍ୟସଭା ନିର୍ବାଚନ ଏକ ପ୍ରକାର ହଲଚଲ ସୃଷ୍ଟି କରିଦେଇଛି ରାଜ୍ୟରେ। ଯାହାର ପ୍ରତିଫଳନ ସୃଷ୍ଟି କରିଛନ୍ତି କଟକ ଜିଲ୍ଲାର ତିନି ବିଧାୟକ । କେମିତି ହୁଏ ଘୋଡ଼ାବେପାର ଏବଂ ବଦନାମ ହୋଇଥିବା ବାପା ମାନେ କରିଥାନ୍ତି ଏହାର ଚକ୍ରବ୍ୟୁହ କିନ୍ତୁ ସେହି ଚକ୍ରବ୍ୟୁହରେ ଫସି ବର୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ରାଜ୍ୟସଭାର ପ୍ରାଥୀତ୍ୱକୁ ବିଶୋ ଦାଗର କରି ବିଜେଡିରୁ ବହିସ୍କୃତ ହୋଇଥିଲେ ପ୍ରଭାତ ବିଶ୍ୱାଳ। କାରଣ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଖୋଲାଖୋଲି ସମାଲୋଚନା କରିଥିଲେ। କିନ୍ତୁ ନିଜ ବିଧାୟକ ପୁଅ ମାଧ୍ୟମରେ କ୍ରସ ଭୋଟିଙ୍ଗ କରି ବିଜେପିର ନିକଟତର ହେବାକୁ ଚେଷ୍ଟାକରିଥିଲେ। ଚିଟଫଣ୍ଡ କେଶରୁ ବଂଚିବାକୁ ଏବଂ ପୁଅ ସୌଭିକ ପୂର୍ଣ୍ଣମାତ୍ରାରେ ସହଯୋଗ କରି ନିଜ ବାପାଙ୍କୁ ବଞ୍ଚାଇବାକୁ ଯାଇ ବିଜେଡି ବିରୋଧରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ଙ୍କୁ ଭୋଟ ଦେଇଥିଲେ ଏବଂ ସୂଚନା ଦେଇଥିଲେ ବାପାଙ୍କ ଅପମାନର ପ୍ରତିଶୋଧ ନେଲେ। ପୂର୍ବତନ ବିଧାୟକ ଦଳରୁ ବହିସ୍କୃତ ହେବାପରେ ଆଶା କରିଥିଲେ କି ବିଜେପି ତାଙ୍କୁ କୋଳାଇନେବ ମାତ୍ର ତାହା ଏବେ ମରୀଚିକା ସଦୃଶ। ତେଣୁ କଟକ ମହାନଗର ଓ ଚୌଦ୍ୱାର ପୌରପାଳିକାର ବିଜେଡି ସମର୍ଥିତ କର୍ପୋରେଟର ଓ ପାରିଷଦଙ୍କୁ ମୋହରା ବନାଇ ଚେଷ୍ଟା କରୁଛନ୍ତି ବିଜେପିରେ ମିଶିବାକୁ। ଯଦି ତାଙ୍କର ଏହି ଯୋଜନା ସଫଳ ହୁଏ ତେବେ ମିଶିବା ପରେ ଉକ୍ତ କର୍ପୋରେଟର ଓ ପାରିଷଦଙ୍କୁ ହେୟଜ୍ଞାନ କରିବେ କାରଣ ନିଜେ ସିବିଆଇରୁ ବଞ୍ଚିଯିବେ ମାତ୍ର ସମର୍ଥନ କରିଥିବା କର୍ପୋରେଟର ଓ ପାରିଷଦଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ। ଏଠାରେ ସମସ୍ତେ ବୁଝିବା ଦରକାର ନିଜ ସ୍ୱାର୍ଥ ପାଇଁ କ୍ରସ ଭୋଟିଙ୍ଗ କରୁଥିବା ବିଧାୟକ ଓ ତାଙ୍କର ବାପା ଦଳର ହେଲେନି ତ କର୍ମୀଙ୍କର ହେବେତ ?