
ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ରେ ବିଭିର୍ଣ୍ଣ ସ୍ଥାନରେ ବହୁ ଆଡମ୍ବର ସହିତ ରାମନବମୀ ପାଳିତ ହୋଇଯାଇଛି. ଚୌଦ୍ୱାର ଇମ୍ଫା ପରିସରରେ ଥିବା ରାମ ମନ୍ଦିର ପ୍ରାଙ୍ଗଣରେ ସକାଳୁ ନୀତିକାନ୍ତି ସମ୍ପର୍ଣ ହୋଇ ପୂଜାର୍ଚନା ହୋଇଥିଲା. ସନ୍ଧ୍ୟା ସମୟରେ ଶ୍ରୀ ରାମଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ସେହିପରି ଚୌଦ୍ୱାର ଓଟିଏମ ହନୁମାନ ମନ୍ଦିର, ଚାରବାଟିଆ ନିଉ କଲୋନୀ, ନୁଁଟିକିରି, ଚାଁଚୋ, ଆଗ୍ରାହାଟ ଆଦି ପ୍ରମୁଖ ପୀଠରେ ଭକ୍ତିମୟ ପରିବେଶରେ ରାମ ନବମୀ ପାଳିତ ହୋଇଯାଇଛି. ଏହି ଅବସରରେ ସନାତନ ଜାଗରଣ ମଞ୍ଚ ପକ୍ଷରୁ ନୁଁଟିକିରି ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା.