
ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ ଚୌଦ୍ୱାର ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଯାଉଥିବା ଚୌଦ୍ୱାର ଅଂଚଳରେ ଥିବା ସିବିଏସି ଘରୋଇ ସ୍କୁଲରେ ଅନେକ ଅନିୟମିତତା ଦେଖିବାକୁ ମିଳୁଛି ମାତ୍ର ବିଭାଗ ସମ୍ପୂର୍ଣ ଧୃତରାଷ୍ଟ୍ର ସାଜିଛି ଘରୋଇ ସ୍କୁଲର ଚାପରେ. ସିବିଏସି ର ବିଜ୍ଞାପନ ମାଧ୍ୟମରେ ଛାତ୍ର ଛାତ୍ରୀ ଓ ଅଭିଵାବକ ମାନଙ୍କୁ ଭକୁଆ ବନାଉଛନ୍ତି ଚୌଦ୍ୱାର ଅଂଚଳର କେତୋଟି ଘରୋଇ ସ୍କୁଲ. ଗୋଟିଏ ନାମରେ ପାଖାପାଖି ଦୁଇଟି ସ୍କୁଲ, ସ୍କୁଲର ସ୍ଥାନ ପଂଚାୟତରେ ମାତ୍ର ପୌରାଞ୍ଚଳରେ ସ୍କୁଲ ଘର ଦେଖାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଭିଵାବକଙ୍କୁ ଲୁଟିବାରେ ବ୍ୟସ୍ତ ଲାଭଖୋର ସ୍କୁଲ କର୍ତ୍ତୃପକ୍ଷ ମାତ୍ର ନିରବଦ୍ରଷ୍ଟା ଓ ଧୃତରାଷ୍ଟ୍ର ପାଲଟି ଚୁପଚାପ ଦେଖୁଚି ବ୍ଲକ ଶିକ୍ଷାଧିକାରୀ କାରଣ କଣ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯାହାର ମଧ୍ୟସ୍ଥି ସାଜୁଛନ୍ତି ଜଣେ ଦୁଇଜଣ ରାଜନୈତିକ ପାରିଷଦ ନିର୍ଦିଷ୍ଟ ଏକ ଦଳର. ସୂଚନା ଯୋଗ୍ୟ ଚୌଦ୍ୱାର ଅଂଚଳରେ ସିବିଏସି ମାଧ୍ୟମରେ ଦୁଇଟି ସ୍କୁଲକୁ ପ୍ରମାଣ ପତ୍ର ମିଳିଛି ତାହା ପୁଣି ନିଜସ୍ୱ ଜାଗା ପ୍ରାୟ ଦେଢ଼ ଏକର , ଖେଳପଡ଼ିଆ ତଥା ସମସ୍ତ ଭିତିଭୂମି ସମସ୍ତ ବିଭାଗର ୬୦୦ ସ୍କୋୟାର ଫୁଟର ଲାବୋଟାରୀ , ୧୨୫୦ ସ୍କୋୟାର ଫୁଟର ଗୃହ ଏବଂ ସର୍ବନିମ୍ମ ୩୦ଟି କମ୍ପ୍ୟୁଟର ତଥା ଶ୍ରେଣୀ ଗୃହ ସର୍ବନିମ୍ମ ୫୦୦ ସ୍କୋୟାର ଫୁଟ ହେବାର ମାନଦଣ୍ଡ ମାତ୍ର ଏସବୁକୁ ଅଣଦେଖାକରି କିଛି ସ୍କୁଲ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପଞ୍ଜିକୃତ କରୁଛନ୍ତି ମାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀ ପରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ପରୀକ୍ଷା ଦେବାକୁ ପଡୁଛି କିଛି ସ୍କୁଲ ମଧ୍ୟ ଭଡାଘରେ ତଥା ମାର୍କେଟ କମ୍ପ୍ଲେସ ରେ ସ୍କୁଲ ଚଳାଉଛନ୍ତି . କିନ୍ତୁ ପ୍ରଶ୍ନ ଉଠେ ବ୍ଲକ ଶିକ୍ଷାଧିକାରୀ କଣ ଏବିଷୟରେ ଅନଭିଜ୍ଞ ନା ଘରୋଇ ସ୍କୁଲର ମୋଟା ଅଙ୍କର ଲଫାପା ଟେବୁଲ ତଳେ ନେଇ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ସୁଯୋଗ ଦେଉଛନ୍ତି ।