
ଭଞ୍ଜନଗର ୩୧/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ସାନଖେମୁଣ୍ଡି ବିଧାୟକ ତଥା ପୁର୍ବତନ ଗଞ୍ଜାମ(ପଶ୍ଚିମ) ସଭାପତି ରମେଶ ଜେନା। ରମେଶ ନିଲମ୍ବିତ ହେବା ପରେ ଓଡିଶା ପ୍ରଦେଶ କମିଟିର ସଭାପତି ଭକ୍ତ ଚରଣ ଦାସ ଙ୍କ ସୁପାରିଶ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲିକାର୍ଜୁନ ଖଡ଼ଗେ ଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜ଼ିଲ୍ଲା(ପଶ୍ଚିମ)କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଦଣ୍ଡପାଣି ପାତ୍ର ଙ୍କୁ ଦଳ ନିଯୁକ୍ତି ଦେଇଛି।ଛାତ୍ର କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପାତ୍ର ୧୯୯୬ ରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ। ପରେ ୨୦୦୦ ଓ ୨୦୦୪ ମସିହାରେ ଭଞ୍ଜନଗର ବିଧାନସଭା ଆସନରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚନ ଲଢିଥିବା ବେଳେ ୨୦୦୯ରେ ସୋରଡ଼ା ଆସନରୁ ବିଜେପି ବିଧାୟକ ପ୍ରାଥୀ ଭାବେ ଲଢିଥିଲେ।