ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟସମିତି ଲିମିଟେଡ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିମିଟେଡ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ, ନିର୍ଦ୍ଦେଶକ ଲମ୍ବୋଦର ବିଶୋଇ ରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଅତିଥି ଙ୍କୁ ସମ୍ମାନିତ କରିବାପରେ ଦିପ ପ୍ରଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ, ଲବାରସିଂ, ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହଯୋଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି, ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।